ଶୋଇଲା ଶେଯରେ କଥା ନ କହିଲୁ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଲେଉଟିଆ ଶାଗ ପଟାଳି ପଟାଳି
ଅଧେ ମାଡ଼ିଗଲା କାକର
ଦେଢ଼ ବରଷର ଯୁବତୀ କନିଆଁ
କଥା କହୁ ନାହୁଁ ନାଗର ।
ତୁ ଥିଲା ଦିନ ଝିଅରେ ନାଗର
ମୁଁ ଥିଲା ଦିନ ପୁଅ
ଶୋଇଲା ଶେଯରେ କଥା ନ କହିଲୁ
ତୁନୀ ତାନି ହୋଇ ଶୁଅ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment