Tuesday, November 01, 2016

 ପାଲି ଧମ୍ମପଦ (୪୮-୪୯) ର ଓଡ଼ିଆ  ପଦ୍ୟାନୁବାଦ


୫ ଓ ୬ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ବୋଧିଧର୍ମ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ଅତିତ୍ତଂ ଯେବ କାମେସୁ ଅନ୍ତକୋ କୁରୁତେ ବସଂ । ୫।

ପୁଷ୍ପାଣି ହ୍ୟେବ ପ୍ରଚିନ୍ୱନ୍ତଂ ବ୍ୟାସକ୍ତମନସଂ ନରମ୍ ।
ଅତୃପ୍ତମ୍ ଏବ କାମେଷୁ ଅନ୍ତକଃ କୁରୁତେ ବସଂ ।୫।

ସଙ୍ଗ୍ରହ କରେ ରାଗାଦି ପୁଷ୍ପ ଯେଉଁ ନର ।
ବିଶେଷ ଭାବେ ଆସକ୍ତ ମନ ଅଟେ ଯାର ।।
କାମଭୋଗରେ ଅତୃପ୍ତ ରହେ ସେହୁ ଜନ ।
ବଶୀଭୂତ କରେ ତାକୁ ନିଶ୍ଚେ ଜନ୍ତୁରାଣ ।୫।


ଯଥାପି ଭମରୋ ପୁପ୍ଫଂ ବଣ୍ଣଗନ୍ଧଂ ଅହେଠୟଂ ।
ପଳେତି ରସମାଦାୟ ଏବଂ ଗାମେ ମୁନୀ ଚରେ ।୬।

ୟଥାପି ଭ୍ରମରଃ ପୁଷ୍ପଂ ବର୍ଣ୍ଣଗନ୍ଧମ୍ ଅହେଠୟନ୍ ।
ପଳାୟତେ ରସମାଦାୟ ଏବଂ ଗ୍ରାମେ ମୁନିଃ ଚରେତ୍ ।୬।

ଯେପରି  ଭ୍ରମର କରେ ରସ ଆହରଣ 
କ୍ଷତି ନ କରି ପୁଷ୍ପର ରୂପ ଆଉ ବର୍ଣ୍ଣ
ସେହିପରି ଭାବରେ ଗ୍ରାମରେ ମୁନିଗଣ
ଉଚିତ ଅଟେ କରିବା ନିଶ୍ଚେ ବିଚରଣ ।୬। 

No comments:

Post a Comment