ଜାତିରେ ମୁଁ ମାହାର
ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆମେ ବହୁତ
ସମୟ ଅପେକ୍ଷା କଲୁ । ହେଲେ କେହି
ଆସିଲେ ନାହିଁ । ଘଣ୍ଟେ ଚାଲିଗଲା
। ଷ୍ଟେସନ ମାଷ୍ଟର ପଚରାଉଚରା
କରିବାକୁ ଆସିଲେ । ସେ ଆମକୁ ଟିକଟ
ଦେଖାଇବାକୁ କହିଲେ । ଆମେ ତାଙ୍କୁ
ଦେଖାଇଲୁ । ସେ ଆମକୁ ପଚାରିଲେ
ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର
ହେଉଛୁ । ଆମେ ତାଙ୍କୁ କହିଲୁ ଯେ
ଆମକୁ କୋରେଗାଓଁକୁ ଯିବାର ଅଛି
। ଆମେ ଆମର ବାପା ଓ ଚାକରବାକରଙ୍କ
ପାଇଁ ଅପେକ୍ଷା କରୁଛୁ । ହେଲେ
ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ
ଆସିନାହାନ୍ତି । ଆମେ କିପରି
କୋରେଗାଓଁ ଯିବୁ ଆମକୁ ଜଣାନାହିଁ
।
ଆମେ
ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ
। ଆମର ଜାମା କିମ୍ବା କଥାବାର୍ତ୍ତାରୁ
କେହି ଜାଣିପାରିବ ନାହିଁ ଯେ ଆମେ
ଅଛୁଆଁମାନଙ୍କର ପିଲା ଥିଲୁ ।
ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ
ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର
ବୋଲି ଓ ଆମକୁ ସେପରି ଅବସ୍ଥାରେ
ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ
। ସାଧାରଣ ହିନ୍ଦୁ ଚଳଣି ଅନୁସାରେ
ସେ ଆମକୁ ପଚାରିଲେ ଯେ ଆମେ କିଏ
। ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା
ଭାବନା ନ କରି କହିପକାଇଲି ଯେ
ଆମେମାନେ ମାହାର । (ମାହାର
ସେ ସମୟର ବମ୍ବେ ପ୍ରେସିଡେନ୍ସିରେ
ଅଛୁଆଁ ବୋଲି ଗଣାଯାଉଥିବା
ଜାତିମାନଙ୍କ ଭିତରୁ ଗୋଟିଏ ଥିଲା
।) ସେ
ଏହା ଶୁଣି ସ୍ତବ୍ଧ ହୋଇଗଲେ ।
ତାଙ୍କର ମୁହଁରେ ହଠାତ କରି ଏକ
ପରିବର୍ତ୍ତନ ଆସିଲା । ଆମେ ଦେଖି
ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର
ଭାବନା ତାଙ୍କୁ ବଶକରିଦେଲା । ସେ
ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର
କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ
ଥିଲୁ, ସେହିଠାରେ
ଠିଆହୋଇରହିଲୁ । ପନ୍ଦର କୋଡ଼ିଏ
ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ
ହେବାକୁ ଯାଉଥିଲା । ଆମ ବାପା ସେ
ପର୍ଯ୍ୟନ୍ତ ଆସିନଥିଲେ । ନା ସେ
ଚାକରବାକରମାନଙ୍କୁ କାହାକୁ
ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର
ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ
। ଆମେ କିଂକର୍ତ୍ତବ୍ୟବିମୂଢ଼
ହୋଇଯାଇଥିଲୁ । ଯାତ୍ରାରମ୍ଭ
ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ
ଉତ୍କଟ ଦୁଃଖ ନେବାକୁ ଆରମ୍ଭ
କରିଥିଲା ।
ଅଧ ଘଣ୍ଟାଏ
ପରେ ଷ୍ଟେସନମାଷ୍ଟର ଫେରିଆସିଲେ
। ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା
ବିଷୟରେ ପଚାରିଲେ । ଆମେ କହିଲୁ
ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି
ଗୋଟିଏ ପାଇବୁ ତାହାହେଲେ ଆମେ
କୋରେଗାଓଁ ଅଭିମୁଖେ ଯାତ୍ରା
ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ
ବେଶୀ ଦୂର ନୁହେଁ ତାହାହେଲେ ଆମେ
ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ
ଚାହିଁବୁ । ଭଡ଼ାପାଇଁ ସେଠାରେ
ଅନେକ ବଳଦଗାଡ଼ି ଥିଲେ । କିନ୍ତୁ
ଆମେ ଯେ ମାହାର ଜାତିର ପିଲା,
ସେ
ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ
ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ
ଖେଳିଯାଇଥିଲା । ଅଛୁଆଁ ଜାତିର
ଲୋକଙ୍କୁ ଗାଡ଼ିରେ ନେଇ ଜାତି
ଚାଲିଯିବାର ଭୟରେ ସେମାନଙ୍କ
ଭିତରୁ କେହି ଜଣେ ବି ଆମକୁ ନେବାପାଇଁ
ରାଜି ନଥିଲେ । ଆମେ ସାଧାରଣ ଭଡ଼ାର
ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ
ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା
ଯେ ସେଠାରେ ଟଙ୍କାକଉଡ଼ିର କିଛି
ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା
କରୁଥିବା ଷ୍ଟେସନ ମାଷ୍ଟର କଅଣ
କରିବେ ଜାଣି ନପାରି ଚୁପ ହୋଇ ଠିଆ
ହୋଇଥିଲେ ।
[ ଉତ୍ସ
– ଡ. ବି.ଆର.
ଆମ୍ବେଦକର,
ରଚନାବଳୀ
ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ
ମୁନ (ସମ୍ପାଦକ)
। ବମ୍ବେ
: ଶିକ୍ଷା
ବିଭାଗ,
ମହାରାଷ୍ଟ୍ର
ସରକାର ]
No comments:
Post a Comment