Thursday, November 10, 2016

ବଲାଙ୍ଗୀରର ହୁମୋ ଗୀତ


ପାଟ ରେଶମରୁ ତିଆରି ଆସାମର ଗାମୁଛା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆରି ଆରି ଗଲା ଘୋଡ଼ା
ଗଉନ୍ତିଆ ଘର ମଝିଆ ଝିଅ
ଘୁଡ଼ୁକୁ ବଜାଉ ଥିଲା ।

ଗହମ ପେଟା ପଡ଼ିଛି
ଆମ ବାରିଆଡ଼େ ଗୁରୁ ଗାଧୁଛି
ଭଣ୍ଡାରି ଛତ୍ର ଟାଣୁଛି ।

ଅଲୁଆ ଚାଉଲ ପଷେ
ଗାଆଁର ଗଉଁନ୍ତିଆ ବନ୍ଦନା ବସେ
ହସି ଦେଲେ କଥା ନଶେ ।

ବୁରୋ ଖାଇଗଲି ନୁନେ
କୃଷ୍ଣଙ୍କୁ ଭେଟିଲି କଦମ୍ବ ମୂଲେ
ସାଉଁଟି ଧରିଲେ କୁଲେ ।

ନଡ଼ିଆ ଖାଇଡ଼ି କଚା
ଆଣ ଘିଚି ଆଣ କନ୍ଧ ଗାମୁଛା
ଭେଣ୍ଡିଆର ଝାଲ ପୁଛା ।

ନଈର ବାଲି ଘନ ଘନ 
ବେଁକର ପଉଁଲା ଲାଗୁଛି ମନ
ହିଟାଇ ଦିଅ ବହନ ।

କୁଲ୍ ହିଆ ଗାଡ଼ର ଛତି
ତୁମ୍ଭେ କାଏଁ ଜାଣ ମାଇଝୀ ଜାତି
ଘଇତା କେବଳ ନାତି ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

No comments:

Post a Comment