ଗଞ୍ଜାମରେ ଗୁଡାଖୁ ସେବନ
(ଶ୍ରୀଯୁକ୍ତ ବାଞ୍ଛାନିଧି ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ମୋ କଥା’ରୁ ସଙ୍ଗୃହିତ)
![]() |
ଗୁଡ଼ାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସ୍ୱର୍ଗତ
ବାଞ୍ଛାନିଧି
ପଟ୍ଟନାୟକଙ୍କର
ପରିଚୟ
ଦେବା
ଅନାବଶ୍ୟକ
।
ଓଡ଼ିଶାର
ନାଗରିକ
ଜୀବନରେ
ଜଣେ
ସାମାଜିକ
କର୍ମୀ
ଓ
ସ୍ୱାଧୀନତା
ସଙ୍ଗ୍ରାମୀ
ଭାବରେ
ତାଙ୍କର
ଅବଦାନ
ବହୁଜନବିଦିତ
।
୧୯୨୧
ମସିହାରେ
ଦେଶରେ
ଗାନ୍ଧୀଜୀଙ୍କ
ନେତୃତ୍ତ୍ୱରେ
ଅସହଯୋଗ
ଆନ୍ଦୋଳନର
ସୂତ୍ରପାତ
ହୁଏ
।
ସେହି
ସମୟରେ
ବାଞ୍ଛାନିଧି
ବାବୁ
ଥାଆନ୍ତି
ହାଇସ୍କୁଲୁରେ
ଛାତ୍ର
।
୧୯୨୦-୨୧
ହେଲା
ତାଙ୍କ
ମାଟ୍ରିକିର
ବରଷ
।
ସାଙ୍ଗ
ସାଥୀଙ୍କର
ମେଳରେ
ପଡ଼ି
ଛୋଟ
ପିଲା
ବୟସରୁ
ଧୂଆଁଖିଆ
ଆରମ୍ଭ
ହୋଇଯାଇଥାଏ
।
ମାତ୍ର
ମାଟ୍ରିକି
ଶେଷ
ବରଷ
ପର୍ଯ୍ୟନ୍ତ
ଗୁଡାଖୁ
କି
ଜାତି
ପଦାର୍ଥ
ସେ
କଥା
ବାଞ୍ଛାନିଧି
ବାବୁ
କି
ତାଙ୍କର
ସାଙ୍ଗମାନେ
କିଏ
ମଧ୍ୟ
ଜାଣି
ନ
ଥାଆନ୍ତି
।
ଏହି
ସମୟରେ
ବାଞ୍ଛାବାବୁଙ୍କର
ଇସ୍କୁଲୁରେ
ପ୍ରବେଶ
କରନ୍ତି
ବରାହ
ମହାନ୍ତି
ବୋଲି
ଜଣେ
ଅଙ୍କ
ଶିକ୍ଷକ
।
ବାବୁ
ଆସିଥିଲେ
ମାତ୍ର
ବରଷକ
ପାଇଁ
।
ମାତ୍ର
ଗଞ୍ଜାମ
ଜିଲ୍ଲାର
ନିଶାପାଣିର
ଇତିହାସରେ
ନିଜର
ଛାପ
ରଖିଗଲେ
।
ବରାହ
ବାବୁ
ବାଞ୍ଛାନିଧିଙ୍କର
ଇସ୍କୁଲୁକୁ
ମାଷ୍ଟର
ଭାବରେ
ଆସିଲା
ବେଳକୁ
ସେ,
ଅର୍ଥାତ
ବରାହ
ମହାନ୍ତିଏ
ଗଜା
ଟୋକା
।
ସଦ୍ୟ
କଲେଜେ
ପାଠ
ଛାଡ଼ି
ଆସିଥାଆନ୍ତି
।
ତେଣୁକରି
ବିଦ୍ୟାଳୟର
ଅନ୍ୟ
ମାଷ୍ଟରମାନଙ୍କୁ
କରଛଡ଼ା
ଦିଅନ୍ତି
।
ସେମାନଙ୍କ
ସହିତ
ତାଙ୍କର
ବୟସର
ବ୍ୟବଧାନ
ଟିକିଏ
ବେଶୀ
ଥାଏ
।
ଏଣୁ
ଅନ୍ୟ
ଶିକ୍ଷକମାନଙ୍କୁ
ତିନି
ହାତେ
ଛାଡ଼ି
ଚଳିଲା
ବେଳକୁ
ତାଙ୍କ
ବୟସର
କତିରେ
ଥିବା
ମେଟ୍ରିକି
ପିଲାଙ୍କର
ସହିତ
କ୍ଷୀରନୀର
ସମ୍ପର୍କ
।
ହଷ୍ଟେଲେ
ପିଲାଙ୍କ
ସହିତ
ଖିଆ
ପିଆ,
ବସା
ଉଠା,
ନଈପାଣି
ଯିବା
।
ଏଇ
ମିଶିମାଶି
ମେଟ୍ରିକିଆ
ଛୁଆଙ୍କ
ସହିତ
ନଈପାଣି
ଯିବାରୁ
ଆରମ୍ଭ
ହେଲା
ଗଞ୍ଜାମ
ଜିଲ୍ଲାରେ
ଗୁଡ଼ାଖୁର
ବନ୍ୟା
।
ବରାହ
ମାଷ୍ଟ୍ରେ
ଗୁଡ଼ାଖୁର
ବଡ଼
ଭକତ
ଥିଲେ
।
ସେ
ନିଇତି
ଗୁଡାଖୁ
ସେବନ
କରନ୍ତି
।
ପିଲାଏ
ସାରେଙ୍କୁ
ଗୁଡ଼ାଖୁର
ସଦବ୍ୟବହାର
କରିବାର
ଦେଖନ୍ତି
।
ଏମିତି
ଦେଖାଦେଖିରୁ
ପିଲାଙ୍କର
ଗୁଡ଼ାଖୁ
କି
ଜାତି
ପଦାର୍ଥ
ଜାଣିବାର
ଆଗ୍ରହ
ଜାତ
ହେଲା
।
ପିଲାମାନେ
ମାଷ୍ଟ୍ରଙ୍କଠାରୁ
ମାଗି
ଗୁଡ଼ାଖୁ
ଘଷିବା
ଆରମ୍ଭ
କଲେ
।
ଶିକ୍ଷକର
କାମ
ହିଁ
ହେଲା
ପିଲାଙ୍କୁ
ନୂଆ
ନୂଆ
କଥା
ଶିଖାଇବା
।
ନିଜ
କର୍ତ୍ତବ୍ୟରେ
ସେ
ହେଳା
କରନ୍ତେ
ବା
କିପରି
।
ପିଲାଏ
ମାଗି
ଆଣି
ଟିକିଏ
ଟିକିଏ
ଗୁଡାଖୁ
ଘଷନ୍ତି
।
କାହାର
ମୁଣ୍ଡ
ବୁଲାଏ
।
କାହାର
ବା
ବାନ୍ତି
ଟିକିଏ
ଟିକିଏ
ହୁଏ
।
ମାତ୍ର
ସବୁ
ଶିକ୍ଷା
ତ
ଅଭ୍ୟାସର
ବଳେ
ହିଁ
ହୁଏ
।
ତ
ପିଲାଙ୍କର
ମଧ୍ୟ
ଧିରେ
ଧିରେ
ଗୁଡ଼ାଖୁ
ଚଳିବାକୁ
ଆରମ୍ଭ
କଲା
।
ଆଉ
ମୁଣ୍ଡ
ବୁଲାଇଲା
ନାହିଁ
।
କି
ଗୁଡ଼ାଖୁର
ପାରିଜାତଜିଣା
ବାସନାରେ
ଆଉ
ବାନ୍ତି
ଲାଗିଲା
ନାହିଁ
।
ଅଭ୍ୟାସଟି
ସିନା
ହୋଇଗଲା
।
ହେଲେ
ନବଜାତ
ଅଭ୍ୟାସଟିକୁ
ପାଳିବେ
ବା
କେମିତି
।
ଗୁଡାଖୁ
ଖାଇଲା
ଲୋକ
ତ
ଆଉ
ଗଞ୍ଜାମରେ
ନାହାନ୍ତି
।
ଏ
ଦିବ୍ୟ
ପଦାର୍ଥ
ମିଳିବ
ବା
କାହୁଁ
।
ଦୋକାନରେ
ମିଳେ
ନାହିଁ
।
ବଜାରରେ
କେହି
ରଖନ୍ତି
ନାହିଁ
।
ଶେଷକୁ
ସବୁ
ଆଧୁନିକତା
ଆଉ
ନୂଆ
ଶିକ୍ଷାଦୀକ୍ଷାର
ଉତ୍ସ
କଟକ
ମହାନଗରରୁ
ପାର୍ସଲର
ସହାୟତାରେ
ଗୁଡାଖୁ
ମଗାଇବାକୁ
ପଡ଼େ
।
ଆଗରୁ
ଚଳୁଥିବା
ବିଡ଼ି
ଓ
ସିଗାରେଟ
ସହିତ
ଗୁଡାଖୁ
ମିଶି,
ବାଞ୍ଛାନିଧି
ବାବୁ
ଆଉ
ମୃତ୍ୟୁଞ୍ଜୟ
ପଣ୍ଡା
ଓ
ସୂର୍ଯ୍ୟ
ନାରାୟଣ
ପଟ୍ଟନାୟକ
ଆଦି
ତାଙ୍କର
ଅନ୍ତରଙ୍ଗ
ବନ୍ଧୁମାନେ
ତ୍ରିରତ୍ନ
ସେବନ
ଆରମ୍ଭ
କରନ୍ତି
।
ବାଞ୍ଛାନିଧି
ବାବୁଙ୍କ
ଅନୁସାରେ
ସେ
ନିଜେ
ଓ
ତାଙ୍କର
ବନ୍ଧୁମାନେ
୧୯୨୧
ମସିହାରେ
ଗୁଡ଼ାଖୁ
ସେବନ
ଆରମ୍ଭ
ନ
କରିବା
ପର୍ଯ୍ୟନ୍ତ
ଗଞ୍ଜାମ
ଜିଲ୍ଲାରେ
ଗୁଡାଖୁର
ଆଦୌ
ପ୍ରଚଳନ
ନଥିଲା
।
ଗୁଡାଖୁର
ଜାତି,
ନୀତି
ଓ
ପ୍ରକୃତି
ବିଷୟରେ
ଗଞ୍ଜାମିଆଙ୍କର
ବିଶେଷ
କିଛି
ଧ୍ୟାନଧାରଣା
ନଥିଲା
।
ମାତ୍ର
ଗତ
ଶତାବ୍ଦୀର
ଅଶୀ
ଦଶକରେ
ବାଞ୍ଚାନିଧି
ବାବୁ
ନିଜର
ଆତ୍ମ
ଜୀବନୀ
ଲେଖିଲା
ବେଳକୁ
ଗୁଡ଼ାଖୁ
ଗଞ୍ଜାମର
ଜାତୀୟ
ନିଶା
ପାଲଟିଯାଇଥାଏ
।
ଦୋକାନଟିଏ
ଥିବ
ମାତ୍ର
ସେଥିରେ
ଗୁଡାଖୁ
ମିଳିବ
ନାହିଁ,
ସେପରି
ସମ୍ଭାବନା
ସେତେବେଳକୁ
ଆଉ
ନଥିଲା
କହିଲେ
ଚଳେ
।
ବାଞ୍ଚାବାବୁଙ୍କୁ
ଗୁଡାଖୁ
ଦେବତା
୧୯୨୧
ରେ
ଲାଗିଲା
।
ଦୁଇ
ପୁରୁଷ
ଧରି
ଦେବତାଙ୍କୁ
ସେବନ
କରିବା
ପରେ
୧୯୬୫
ମସିହାରେ
ଆଜ୍ଞା
ଦେବତାଙ୍କ
ଦାଉରୁ
ତ୍ରାହି
ପାଇଲେ
।
ତାହା
ଆଗରୁ
ସେ
କେତେଥର
ଚେଷ୍ଟା
କରି
ମଧ୍ୟ
ଛାଡ଼ି
ପାରିନଥିଲେ
।
ଏଣୁ
୧୯୬୫
ମସିହାର
ଅଗଷ୍ଟ
ମାସର
ଛଅ
ତାରିଖ
ବାଞ୍ଚାନିଧିବାବୁଙ୍କ
ପାଇଁ
ଗୋଟିଏ
ମନେ
ରଖିଲା
ଭଳି
ଦିନ
ଥିଲା
।
ସେ
ଦିନ
ଆଜ୍ଞା
କଟକରୁ
ଘରକୁ
ଫେରି
କୋଷ୍ଠକାଠିନ୍ୟ
ଦୂର
କରିବା
ପାଇଁ
ତିନି
ଚାରି
ଟେଳା
ଗୁଡାଖୁ
ଦେବତା
ଗୋଟିକ
ପରେ
ଗୋଟିଏ
ସେବନ
କରିଚାଲିଲେ
।
ତଥାପି
ମଧ୍ୟ
ମଳତ୍ୟାଗର
କିଛି
ସମ୍ଭାବନା
ଦେଖାଗଲା
ନାହିଁ
।
ଏତିକି
ବେଳକୁ
ପତ୍ନୀ
ମହାଶୟା
କହିଲେ
ଯେ
“ଗୁଡାଖୁ
ଗୁଡାକ
ଥରକୁ
ଥର
ଏତେ
କଅଣ
ଘସୁଛ
ମ
ମୁହଁ
ବୁଲେଇ
ହବ”
।
ବାବୁ
କଥା
ଶୁଣିଲେ
।
ମାନିଲେ
ମଧ୍ୟ
।
ତାହା
ପର
ଦିନ
ସକାଳୁ
ଆଉ
ଗୁଡାଖୁ
ଘସିଲେ
ନାହିଁ
।
ଝାଡ଼ା
ବାଟରେ
ଝାଡ଼ା
ହେଲା
।
ତ
ସେହିଦିନ
ଠାରୁ
ଗୁଡ଼ାଖୁ
ଦେବତା
ବାଞ୍ଛାନିଧି
ପଟ୍ଟନାୟକଙ୍କ
ମୁଣ୍ଡରୁ
ଓହ୍ଲାଇଗଲେ
ଯେ
ଗଲେ
।
ଆଉ
କେବେ
ଚଢ଼ି
ନାହାନ୍ତି
।
ମାତ୍ର
ଏ
ପର୍ଯ୍ୟନ୍ତ
ଗଞ୍ଜାମ
ଦେଶରେ
ଗୁଡାଖୁ
ଦେବତାଙ୍କର
ରାଜୁତି
ଅବ୍ୟାହତ
ରହିଛି
।
ବି.ଦ୍ର. ଏହି ଲେଖାଟି ୨୦୧୬ ମସିହାରେ ପାକ୍ଷିକ ସମଦୃଷ୍ଟିର ୧୧ତମ ଭଲ୍ୟୁମର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।
No comments:
Post a Comment