Saturday, November 19, 2016

ବାନା ମାଆ ତା ଧେଇକି


ଭଦ୍ରକର ପିଲା ଖେଳାଇବା ଗୀତ


୧୬୭୫ ମସିହାରେ ଇଂଲଣ୍ଡର ଛାମୁ ମାଳି ଜନ ରୋଜ ରାଜା ଦ୍ୱିତୀୟ ଚାର୍ଲସଙ୍କୁ
ଦେଶରେ ଚାଷ ହୋଇଥିବା ପ୍ରଥମ ସପୁରୀ ଭେଟ ଦେବାର ଦୃଶ୍ୟ
ଚିତ୍ରକର - ହେଣ୍ଡ୍ରିକ ଡାଙ୍କର୍ଟସ୍ (୧୬୪୫ - ୧୬୬୯)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବାନା ମାଆ ତା ଧେଇକି
ହଳ ଯିବ କୋଉ ସାଇକି ?

ହଳ ଯିବ ଗହମ ପଦା
ବାଟରେ ଦେଖିଲି ସପୁରି ବୁଦା ।

ସେଇଠି ବଇଦ ଥିଲା
ଘରକୁ ଡାକିନେଲା ।

ଦେଲା କାଣ୍ଡିଆ କୁଣ୍ଡା
ଧଇଲା ପେଟ କାମୁଡ଼ା ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment