ଇଂରାଜୀ କବି ବ୍ରାଏନ୍ ପାଟନ୍ (୧୯୪୬ - )ଙ୍କର ଗୋଟିଏ କବିତା: 'ପରୀକ୍ଷା'
ଅନୁବାଦକ - ଜ୍ୟୋତି ନନ୍ଦ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପରୀକ୍ଷା
ପିଲାଦିନର।
ସହଜ,ସରଳ।
ଫେଲେ ହବାର ନାହିଁ।
ସହଜ,ସରଳ।
ଫେଲେ ହବାର ନାହିଁ।
ପ୍ରଶ୍ନ
ନଂ-୧।
ଜହ୍ନର
ସୁଆଦ ବର୍ଣ୍ଣନ କର।
ସୃଷ୍ଟି ଭଳି ଲାଗେ;
ମୋ ଉତ୍ତର।
ସୁଆଦ ଏମିତି
ସୃଷ୍ଟି ଭଳି ଲାଗେ;
ମୋ ଉତ୍ତର।
ସୁଆଦ ଏମିତି
ଯେମିତି
ଆସେ ଆଲୁଅ
ତାରକାପୁଞ୍ଜର
।
ପ୍ରଶ୍ନ
ନଂ-୨।
ପ୍ରେମର
ରଙ୍ଗ କଅଣ?
ମୁଁ
ଲେଖିଲି :
ପ୍ରେମ ଠିକ ଜଳ ଭଳି ଦିଶେ ;
ପ୍ରେମ ଠିକ ଜଳ ଭଳି ଦିଶେ ;
ଯାହାକୁ
ଗୋଟାଇପାରେ ବକ୍ଷରେ
ତୃଷାର୍ତ୍ତ ମରୁଭୂମିର।
ପ୍ରଶ୍ନ ନଂ-୩।
ତୁଷାର
କଣା ମିଳାଇ ଯାଏ କାହିଁକି?
ମୋର ଉତ୍ତର ଥିଲା -
ମୋର ଉତ୍ତର ଥିଲା -
ସେମାନଙ୍କୁ
ବାରମ୍ବାର
ପଡିବାକୁ
ହୁଏ
ଗରମ ଗରମ ଜିଭରେ, ଈଶ୍ୱରଙ୍କର ।
ଗରମ ଗରମ ଜିଭରେ, ଈଶ୍ୱରଙ୍କର ।
ଏହା
ଛଡା ଆହୁରି ଯାହା
ପ୍ରଶ୍ନ ଥିଲା
ସବୁ
ନିହାତି ସରଳ।
ମୁଁ
ବର୍ଣ୍ଣନା କରିପାରିଲି ଦୁଃଖ
ଆଦାମର
ଇଡେନରୁ
ନିର୍ବାସନ ପରର।
ମୁଁ ଲେଖିଲି ପ୍ରକୃତ ଓଜନ
ଯାହା ଥାଏ ସ୍ବପ୍ନରେ, ଗୋଟିଏ ହାତୀର ।
ମୁଁ ଲେଖିଲି ପ୍ରକୃତ ଓଜନ
ଯାହା ଥାଏ ସ୍ବପ୍ନରେ, ଗୋଟିଏ ହାତୀର ।
ତଥାପି
ଆଜି,
ବହୁବର୍ଷ
ତଳ ପରି
ମୋତେ ରାସ୍ତାରେ ଝାଡୁ ଦେବାକୁ ହୁଏ
ମୋତେ ରାସ୍ତାରେ ଝାଡୁ ଦେବାକୁ ହୁଏ
ବଞ୍ଚିବାକୁ
ସଫା କରିବାକୁ ହୁଏ,
ସଫା କରିବାକୁ ହୁଏ,
ଶୌଚାଗାର
ହୋଟେଲର।
କାରଣ
ମୁଁ ବାରମ୍ବାର ବିଫଳ ହୋଇଛି
ପରୀକ୍ଷାରେ।
କାରଣ?
ମୋର ପ୍ରଶ୍ନାବଳୀ ମୋର ପରୀକ୍ଷା ନିଏ।
ମୋର ପ୍ରଶ୍ନାବଳୀ ମୋର ପରୀକ୍ଷା ନିଏ।
ପ୍ରଶ୍ନ
ନଂ-୧।
ଗୋଟିଏ
ଶିଶୁର କଳ୍ପନା କେତେ ବ୍ୟାପକ?
ପ୍ରଶ୍ନ ନଂ-୨।
କେତେ ତୁଚ୍ଛ ଆତ୍ମା , ଏକ ପରୀକ୍ଷକର?
ପ୍ରଶ୍ନ ନଂ-୨।
କେତେ ତୁଚ୍ଛ ଆତ୍ମା , ଏକ ପରୀକ୍ଷକର?
No comments:
Post a Comment