ବୁନ୍ଦି ଖିରୀ
![]() |
ବୁନ୍ଦି ମିଠେଇ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସାମଗ୍ରୀ - ଏକ କପ ସାଧା ବୁନ୍ଦି (ମିଠା ନୁହେଁ କି ଖାରା ନୁହେଁ) , ଖିର ଆଠ କପ, ଗୁୁଡ଼ ୧/୩ କପ, କାଜୁ ପଚାଶ ଗ୍ରାମ, ଖିସମିସ ୨୫ ଗ୍ରାମ, ଘିଅ ଦଶ ଗ୍ରାମ, ଗୁଜରାତି ଗୁଣ୍ଡ ଅଧ ଚାହା ଚାମଚ ।
ପ୍ରଣାଳୀ - ପଲମରେ ଘିଅକୁ ଗରମ କରି ସେଥିରେ କାଜୁ ଓ ଖିସମିସକୁ ଭାଜି ରଖନ୍ତୁ । କାଜୁ ଇଷତ ସୁନା ରଙ୍ଗ ହେବା ଦରକାର । ଖିରକୁ ଧିମା ଆଞ୍ଚରେ ରଖି ଫୁଟାନ୍ତୁ । ଦଶ ମିନିଟ ପରେ ଗୁଡ଼କୁ ଛେଚି ଗୁଣ୍ଡ କରି ଖିରରେ ପକାଇ ଦିଅନ୍ତୁ । ଖିର ଫୁଟି ଫୁଚି ତିନି ଭାଗରୁ ଭାଗେ ହେବ । ଏବେ ଭଜା କାଜୁ ଓ କିସମିସକୁ ଖିରରେ ପକାଇ ପାଞ୍ଚ ମିନିଟି ଫୁଚାନ୍ତୁ । ଗୁଜୁରାତି ଗୁଣ୍ଡ ପକାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ । ଖିରରେ ବୁନ୍ଦିକୁ ପକାଇ ଘୋଡାଇ ଦିଅନ୍ତୁ । ବୁନ୍ଦି ପକାଇ ସାରିଲା ପରେ ଖିରକୁ ନିଆଁରେ ଫୁଟାଇବେ ନାହିଁ । ଦଶ ମିନିଟ ପରେ ଢାଙ୍କୁଣି ଖୋଲି ପରସି ପାରିବେ ।
No comments:
Post a Comment