ଲୋକଗୀତ - 'ଉକୁଡ଼ୁ ସୁକୁଡ଼ୁ ତାଷୁଣୀ ରାଣ୍ଡେ'
ସଙ୍ଗ୍ରାହିକା - ହେମଲତା ମାନସିଂହ
![]() |
ଟାରାଟୋର (ଦହିରୁ ପ୍ରସ୍ତୁତ ବୁଲଗେରିଆ ଦେଶର ଖାଦ୍ୟ) ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଉକୁଡ଼ୁ ସୁକୁଡ଼ୁ ତାଷୁଣୀ ରାଣ୍ଡେ
ଦହି ଖାଇ ଧାନ ନଦେଲ ତୁମ୍ଭେ ;
ଦହିରେ ପଡ଼ିଛି କର୍ପୁରବାସ
ସେ ଦହି ଖାଇଲେ କରିବ କାଶ ।
ଦହି ମହଣାଟି ଭାସିଲା
କୁଆଁ ପିଲାଟିକ କାନ୍ଦିଲା ।
ଦହି ମହଣାକୁ ମାଇଲା ଖୁଦ
ତଳେ ପାଟଫୁଲି ଉପରେ ବିଦ ।
ଯାଉଥିଲି ନଇବନ୍ଧରେ
ବେକ ଚିନାମାଳି ହଜିଲା
ଖୋଜି ଖୋଜି ବେଳ ବୁଡ଼ିଲା ।
ଶାଶୁ ନଣନ୍ଦର ଘର
ଗାଳିକି ନକର ଛଳ ।
ଗାଳିକି ଯେବେ ଛଳ କରିବ
ଏହି ନଦୀ କୂଳେ ବୁଡ଼ି ମରିବ ।
ଉତ୍ସ - ଶଙ୍ଖ ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟା ।
No comments:
Post a Comment