କୁଜଙ୍ଗର ଫୁଲବଉଳବେଣୀ ଗୀତ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଏକ ପତରିଆ ନେନ୍ତି ଗୋ ଫୁଲ ବଉଳବଣୀ
ଏକ ପରବତ ଡେଇଁ ଅଇଲି ମୁଁ
ଝୁଣ୍ଟିଆ ଶବଦ ଶୁଣି ଗୋ
ଫୁଲ ବଉଳବେଣୀ ।
ଝୁଣ୍ଟିଆ ଶବଦ ଶହେ କି ଷାଠିଏ
ବାପା ଦେବେ ମୋତେ ଆଣି ଗୋ ଫୁଲ ବଉଳବେଣୀ ।
କଅଁଳା ବାଛୁରୀ କାନ ଗୋ ଫୁଲ ବଉଳବେଣୀ
ଅନାଇ ଦେଲି ମୁଁ ଜଳା କବାଟିକି
ବାଙ୍ଗେରୀ ଖାଉଚି ପାନ ଗୋ ଫୁଲ ବଉଳବେଣୀ ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment