Monday, November 21, 2016

ଓଉ ଖଟା


ଓଉ ଫୁଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଗୋଟିଏ ଓଉ, ଗୁଡ଼ ୧୦୦ ଗ୍ରାମ, ହଳଦୀ ଏକ ଚାହା ଚାମଚ, ବଟା ସୋରିଷ ଚାରି ଚାହା ଚାମୁଚ, ଅଧ କପ କୋରା ନଡ଼ିଆ, ଗ଼ୋଲମଚିଚ ଏକ ଚାହାଚାମଚ, ଜୀରା ଏକ ଚାହା ଚାମଚ, ଏକ ଚାହା ଚାମଚ ମେଥି, ଚିମୁଟାଏ ହେଙ୍ଗୁ, କୋଡ଼ିଏ ଗ୍ରାମ ଘିଅ, ଏକ ଚାହା ଚାମଚ ପାନମହୁରୀ, ଗୋଟିଏ ଶୁଖିଲା ଲଙ୍କା, କୋଡ଼ିଏଟି ଭେର୍ସୁଙ୍ଗ ପତ୍ର, ସୁଆଦ ଅନୁସାରେ ଲୁଣ । 

ପ୍ରଣାଳୀ - ଓଉର ଫଡ଼ାଗୁଡ଼ିକୁ ଛଡ଼ାଇ ସଫା କରି ରଖନ୍ତୁ । ଏହି ଫଡ଼ା ଗୁଡ଼ିକୁ ଚାରି ଇଞ୍ଚ ଲମ୍ବା ଓ ଦୁଇ ଇଞ୍ଚ ଚଉଡ଼ା ଖଣ୍ଡରେ କାଟି କରି ଟିକେ ଛେଚି ରଖନ୍ତୁ । ମେଥି, ଜୀରା ଓ ଗୋଲମରିଚ ଗୁଣ୍ଡକୁ ପଲମରେ ବିନା ତେଲରେ ମଝିଆଳିଆ ଆଞ୍ଚରେ ତିନି ମିନିଟ ପାଇଁ ଭାଜନ୍ତୁ । ଏହା ପରେ ଏହି ଭଜାକୁ ଗୁଣ୍ଡ କରି ରଖନ୍ତୁ । ଓଉକୁ ଲୁଣ ଓ ହଳଦି ସହ ମିଶାଇ ଧିମା ଆଞ୍ଚରେ ଦଶ ମିନିଟ  ଦୁଇ କପ ପାଣିରେ ସିଝାନ୍ତୁ । ଏହା ପରେ ସେଥିରେ ଗୁଡ଼, ନଡ଼ିଆ ଓ ସୋରିଷ ବଟା ଦେଇ ପାଞ୍ଚ ମିନିଟ ସିଝାନ୍ତୁ । ଶେଷକୁ ଗୁଣ୍ଡ କରାଯାଇଥିବା ମସଲା, ହେଙ୍ଗୁ ଓ ଲୁଣ ପକାନ୍ତୁ ଓ ପାଞ୍ଚ ମିନିଟ କମ ଆଞ୍ଚ ଫୁଚାନ୍ତୁ । ଦରକାର ହେଲେ ମଝିରେ ମଝିରେ ଚାମଚେ ଲେଖାଏଁ ପାଣି ଦେଉଥିବେ । ଘିଅ ଗରମ କରି ସେଥିରେ ଲଙ୍କା ଓ ଭେର୍ସୁଙ୍ଗ ପତ୍ର ଛିଣ୍ଡାଇ ପକାନ୍ତୁ । ଏହି ଛୁଙ୍କକୁ ଖଟାରେ ଦେଇ ଓହ୍ଲାଇ ଦିଅନ୍ତୁ ।

No comments:

Post a Comment