Monday, November 21, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୨



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନିସୃତ ପରମବ୍ରହ୍ମୁଁ ବିଶ୍ୱ ବସ୍ତୁଗଣ ।
ସେ ବ୍ରହ୍ମ ପ୍ରେରଣେ ସ୍ଫନ୍ଦେ ବିଶ୍ୱ ଅନୁକ୍ଷଣ ।।

ମହାଭୟଙ୍କର ସେହି ପ୍ରଭୁ ବିଶ୍ୱେଶ୍ୱର ।
ପ୍ରଚଣ୍ଡ ଉଦାତ୍ତ ସେହି ତୀବ୍ର ବଜ୍ରଧର ।।

ଯାର ଡରେ ରବି ଶଶୀ ଗ୍ରହ ତାରାପନ୍ତି । 
ଅବିଶ୍ରାନ୍ତ ନିଜ ନିଜ ମାର୍ଗେ ବିଚରନ୍ତି ।।

ଅନନ୍ତର ସାକ୍ଷୀ ସେହି ପ୍ରଭୁ ଅନ୍ତର୍ଯ୍ୟାମୀ ।
ଜାଣି ସେହୁ ସଦା ତାଙ୍କ ଆଜ୍ଞା ଅନୁଗାମୀ ।।

ଅମରତ୍ତ୍ୱ ଲଭେ ସେହୁ ଯାଏ ଭବପାରେ ।
ଫେରେ ନାହିଁ କେବେ ଆଉ ଏ ଘୋର ସଂସାରେ । (ନ.ଉ ୨।୩।୩୫)

No comments:

Post a Comment