ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୦
ଅନୁବାଦକ - ଫକୀରମୋହନ ସେନାପତି
![]() |
ଅମୃତଦାୟୀ ମୋହିନୀରୂପୀ ବିଷ୍ଣୁ (ଦାରାସୁରମ୍, ତାମିଲନାଡ଼ୁ) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅପରେ ନିୟତାହାରାଃ ପ୍ରାଣାନ୍ ପ୍ରାଣେଷୁ ଜୁହ୍ୱତି ।
ସର୍ବେଽପ୍ୟେତେ ୟଜ୍ଞବିଦୋ ୟଜ୍ଞକ୍ଷୟିତକଳ୍ମଷାଃ । ୩୦।
ଏହି ସର୍ବ ଯଜ୍ଞ ବେତ୍ତା କରି ଯଜ୍ଞମାନ । ହୁଅନ୍ତି ବିଶୁଦ୍ଧାଚାରୀ ପୁଣି ପାପ-ଶୂନ୍ୟ ।।
ଯଜ୍ଞ ଅବଶିଷ୍ଟ ରୂପ ଅମୃତ ଭୋଜନ । କରିଣ ହୁଅନ୍ତି ପ୍ରାପ୍ତ ବ୍ରହ୍ମ ସନାତନ ।୩୦।
No comments:
Post a Comment