Wednesday, November 09, 2016

ନିମ ଫୁଲ ରାଇ


ନିମ ଫୁଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ନିମ ଫୁଲ ତିନି କପ, ଗୋଟିଏ ମଝିଆଳିଆ ବାଇଗଣ, ଜୀରା ଦୁଇ ଚାହା ଚାମଚ, ସୋରିଷ ତିନି ଟେବୁଲ ଚାମଚ, କଞ୍ଚା ଲଙ୍କା ତିନୋଟି, ଚୋପା ଛଡ଼ା ରସୁଣ ଛଅ କୋଲା, ଚୁନା କରି କଟା ହୋଇଥିବା ଗୋଟିଏ ମଝିଆଳିଆ ପିଆଜ, ତେଲ କୋଡ଼ିଏ ଗ୍ରାମ, ଲୁଣ ସୁଆଦ ଅନୁସାରେ, ହଳଦି ଗୁଣ୍ଡ ଏକ ଚାହା ଚାମଚ ।  

ପ୍ରଣାଳୀ - ଦୁଇ ଟେବୁଲ ଚାମଚ ସୋରିଷ, ଏକ ଚାହା ଚାମଚ ଜୀରା, ଲଙ୍କା ଓ ସୋରିଷ କୁ ପାଣି ନ ପକାଇ ମିକ୍ସିରେ ପେଷି ଦିଅନ୍ତୁ । ନିମ ଫୁଲକୁ ବାଛି ଧୋଇ ଦିଅନ୍ତୁ । ବାଇଗଣକୁ ଧୋଇ ଚୁନା କରି କାଟନ୍ତୁ । କଡ଼େଇରେ ତେଲ ଗରମ କରନ୍ତୁ । ତେଲରେ ଏକ ଚାହା ଚାମଚ ଜୀରା, ଏକ ଟେବୁଲ ଚାମଚ ସୋରିଷ ପକାନ୍ତୁ । ଜୀରା ଓ ସୋରିଷ ଫୁଟିଗଲେ କଟା ପିଆଜ ଓ ବାଇଗଣ ପକାଇ, ଆଞ୍ଚ କମାଇ ପାଞ୍ଚରୁ ସାତ ମିନିଟ ପାଇଁ କଡ଼େଇକୁ ଘୋଡାଇ ଦିଅନ୍ତୁ । ଏହା ଉପରେ ନିମ ଫୁଲ ଓ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ଏହାକୁ ପାଞ୍ଚ ମିନିଟ ଭାଜନ୍ତୁ । ଭାଜି ହୋଇଗଲେ ଅଳପ ଆଞ୍ଚ କରି ଦେଇ, ଅଧ କପ ପାଣି ଓ ଲୁଣ ଦେଇ ପୁଣି କଡ଼େଇ ଘୋଡ଼େଇ ଦିଅନ୍ତୁ । ଏହାକୁ ପାଞ୍ଚ ମିନିଟି ଫୁଟାନ୍ତୁ । କଡ଼େଇର ଢ଼ାଙ୍କୁଣି ଖୋଲି ସେଥିରେ ବଟା ସୋରିଷ ମସଲା ଦେଇ କୋଲା କଡ଼େଇରେ ଧିମା ଆଞ୍ଚରେ ପାଞ୍ଚ-ସାତ ମିନିଟି ରାନ୍ଧନ୍ତୁ । ରାନ୍ଧି ହୋଇଗଲେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ । 

No comments:

Post a Comment