ଲୋକଗୀତ - 'ବଣି ଗଲା ଡ଼େଇଁ ଡେଇଁ '
ସଙ୍ଗ୍ରାହିକା - ହେମଲତା ମାନସିଂହ
![]() |
ନେପାଳର ମାଣ୍ଡିଆ ବିଲ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବଣି ଗଲା ଡ଼େଇଁ ଡେଇଁ
ଏଡ଼େ ବଡ଼ ଘରେ ଦେଇଛ ବାପା
ତିନିଟା ମାଣ୍ଡିଆ ଖଣି !
ବୋଇତି କଖାରୁ ଫାଳେ
ଅପାକୁ ଦେଲ ତ ଦାଣ୍ଡଦୁଆରେ
ମତେ ଦେଲ ଏତେ ଦୂରେ !
ଆଖୁ ପତରିଆ ଲୁଗା ଦିଖଣ୍ଡି ଲୋ
ବାହା କଲେ ଟାଣି ଦେବି,
ବାପା ଦେଇଛନ୍ତି ଦୂର ଦେଶକୁ
ଲୁଗା ଦେଖି କାନ୍ଦୁଥିବି ।
ଉତ୍ସ - 'ଶଙ୍ଖ', ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟା ।
No comments:
Post a Comment