ବାଙ୍କିର ପୁଚି ଖେଳ ଗୀତ
![]() |
ଜାପାନ ଦେଶର ଢ଼େଙ୍କି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଚିକି ଚିକି ଚିକେଇ ଲୋ
ମରଦ ଲଗେଇ ଲୋ
ଘଷି ସାଉଣ୍ଟି ପୋଇଲି ଝିଅ
ଢଙ୍ଗ ଦେଖେଇ ଲୋ ।
ଢ଼ିଙ୍କିରେ କୁଟିଲି ମସୁର
ମୋର ଟିଙ୍ଗିଟିଙ୍ଗିଆ ଶଶୁର,
ଢ଼ିଙ୍କିରେ କୁଟିଲି ଅଗାଡ଼ି
ଦେଖି ମରୁଥିବେ ଭଗାରି,
ଢ଼ିଙ୍କିରେ କୁଟିଲି ଚଷୁ
ଟୋକୀ ନଣନ୍ଦ ମୋ ସାଙ୍ଗ ସରିସା
ବେଗେ ଶାଶୁ ଘରୁ ଆସୁ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment