Tuesday, November 08, 2016

ଗୁଡ଼ାଖୁର ବିଦେଶ ଯାତ୍ରା



(ଗଣନାଥ ଦାସଙ୍କର ଆତ୍ମଜୀବନୀସେକାଳ ଏକାଳରୁ ସଙ୍ଗୃହିତ)



ରେଭେନ୍ସା କଲେଜିଏଟ୍ ସ୍କୁଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଗଣନାଥ ଦାସ ୧୯୨୯ ମସିହାରେ କଲେଜିଏଟ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ନାଁ ଲେଖାଇବା ପାଇଁ କଟକ ଯାଆନ୍ତି ସେତେବେଳେ କିଛି କିଛି ପିଲା ଗୁଡାଖୁ ଘଷିବା ଆରମ୍ଭ କରିସାରିଥାଆନ୍ତି ବିଶେଷତଃ ଦଶମ ଏକାଦଶ ଶ୍ରେଣୀରେ କଲେଜିଏଟ ସ୍କୁଲ ହଷ୍ଟେଲରେ ଗଣନାଥ ବାବୁ ଯେଉଁ ବଖରାରେ ରହୁଥାଆନ୍ତି ତିନିଜଣ ପିଲା ସେଥିରୁ ଜଣେ ହେଲେ ଯାଜପୁର ଅଞ୍ଚଳର ଜଣେ ବଙ୍ଗାଳୀ ଜମିଦାର ସନ୍ତାନ ଉମେଶ ବର୍ଦ୍ଧନ ଜମିଦାର ପୁତ୍ର ନିଜର ପିତୃଦେବଙ୍କର ଅଫିମ ତଜ୍ଜନିତ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ଗୁଡାଖୁ ବ୍ୟବହାରରୁ କେବଳ ଗୁଡାଖୁ ସେବନକୁ ଆପଣେଇଥାଆନ୍ତି ଉମେଶ ବାବୁଙ୍କ ମତରେ ଗୁଡାଖୁ ହେଲା କୋଷ୍ଠକାଠିନ୍ୟର ଅବ୍ୟର୍ଥ ଔଷଧି କୋଷ୍ଠକାଠିନ୍ୟ ବା କାହାର ନାହିଁ ଏଣୁ ଗଣନାଥ ବାବୁ କୋଷ୍ଠକାଠିନ୍ୟ ନିବାରଣ ନିମନ୍ତେ ଉମେଶ ବାବୁଙ୍କଠାରୁ ମାଗି ନେଇ ଟିକିଏ ଟିକିଏ ଗୁଡାଖୁ ଘସିବାର ଅଭ୍ୟାସ କରନ୍ତି

୧୯୩୧ ମସିହାରେ ଗଣନାଥ ବାବୁ ମାଟ୍ରିକି ପାସ କରି ରେଭେନ୍ସା କଲେଜରେ ଯୋଗ ଦିଅନ୍ତି ସେତେବେଳକୁ ତାଙ୍କ ବଡ଼ଭାଇ ମଧ୍ୟ ରେଭେନ୍ସାରେ ଆଇନ ଅଧ୍ୟୟନ କରୁଥାଆନ୍ତି ଦୁଇ ଭାଇ ହଷ୍ଟେଲରେ ଗୋଟିଏ ବଖରାରେ ରହିଲେ ଏଣୁ କନିଷ୍ଠ ଦାସଙ୍କୁ ଲୁଚିଲୁଚି ପାଇଖାନା ଭିତରେ ଗୁଡାଖୁ ସେବନ କରିବାକୁ ପଡ଼ିଲା କଲେଜ ସରିଲା ବାବୁ ଚାକିରୀ ମଧ୍ୟ କଲେ ତାହା ପରେ ବାହାଚୁରା ବି ହେଲେ ସ୍ତ୍ରୀଥିଲେ ନିର୍ଘାତ କଟକି ଗୁଡାଖୁର ଜନ୍ମସ୍ଥଳିର ମହିଳା ହୋଇ ମଧ୍ୟ ସେ ଥିଲେ ନିର୍ମମ ଭାବରେ ଗୁଡାଖୁ ବିରୋଧି ମାତ୍ର ସ୍ତ୍ରୀ ଯେତେ କହିଲେ ମଧ୍ୟ ଗଣନାଥ ବାବୁ ଗୁଡାଖୁ ସେବନ ଛାଡ଼ିପାରିଲେ ନାହିଁ

ଓଡ଼ିଶା ସରକାରଙ୍କର ଚାକର ହିସାବରେ ପାଇଟି କରିବା ଭିତରେ ସାମାଜିକ ଶାସନ ବିଷୟରେ ଶିକ୍ଷା ଅଧ୍ୟୟନ କରିବାପାଇଁ କନିଷ୍ଠ ଦାସଙ୍କୁ ବିଲାତ ତଥା ଅନ୍ୟାନ୍ୟ ଦେଶ ଭ୍ରମଣ କରିବାକୁ ପଡ଼ିଲା ଭ୍ରମଣ କରିବାକୁ ଗଲାବେଳେ ଆପଣା ସାଥିରେ ଗୁଡାଖୁ ଡବାଟିଏ ଅବଶ୍ୟ ନେଇକରି ଯାଇଥାଆନ୍ତି ବାବୁ ବିଲାତ ଯାଆନ୍ତି ୧୯୫୪ ମସିହାରେ ସେତେବେଳକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧୂଳି ବସିପଡ଼ିଥାଏ ହେଲେ ସ୍ମୃତି ତାଜା ଥାଏ ଡେଭୋନ ୟୁନିଭର୍ସିଟି କଲେଜ ଅଫ ଦି ସାଉଥ ୱେଷ୍ଟ ଅଫ୍ ଇଙ୍ଗ୍ଲଣ୍ଡ (ବର୍ତ୍ତମାନର ଏକ୍ଜିଟର ବିଶ୍ୱବିଦ୍ୟାଳୟ) ରେ ସେ ଛଅମାସ ରହି ଗଣନାଥ ବାବୁ ସାମାଜିକ ପ୍ରଶାସନର ଅଧ୍ୟୟନ କଲେ

ସେତେବେଳେ ସେ ରହୁଥି୍ଲେ ମିସେସ ଟୋଜର ନାମକ ଜଣେ ଭଦ୍ର ମହିଳାଙ୍କର ଘରେ ତାଙ୍କର ଅତିଥି ଭାବରେ ମିସେସ ଟୋଜରଙ୍କର ବୟସ ପଚାଶ ଭଦ୍ରମହିଳା ଜଣଙ୍କ ସଦାଶୟ ଦାସବାବୁ କଲେଜେ ଯାଇଥିଲା ବେଳେ ବଖରା ସଜଡ଼ାସଜଡ଼ି କରିଦିଅନ୍ତି ଥରେ ରାତ୍ରଭୋଜନ ପରେ ହଠାତ ଶ୍ରୀମତି ଟୋଜାର ଗଣନାଥ ବାବୁଙ୍କୁ ଧରିଲେ ମ୍ୟାଡମ ବଖରା ସଜାଡ଼ିଲା ବେଳେ ବୋଧେହୁଏ ବାବୁଙ୍କର ଖୋଲା ବ୍ୟାଗଟି ଆଖିରେ ପଡ଼ିଛି ସେଥିରେ ଦୁଶିଛି କାଳିଆ ଜିନିଷ ଭର୍ତ୍ତି ଗୋଟିଏ ଡବା ଟୋଜାର ଧରିନେଇଛନ୍ତି ଯେ ଡବା଼ଟି ଅହିଫେନର ମାତ୍ର ଗଣନାଥ ବାବୁ ତୁରନ୍ତ ଭୁଲ ଧାରଣା ନିବାରଣ କଲେ । ଡବାରେ ଯେ ଗୁଡ଼ାଖୁ ଅଛି, ଯାହା ଏକ ପ୍ରକାରର ଦନ୍ତମଞ୍ଜନ, ଓ ତାହା ଅଫିମ ଆଦୌ ନୁହେଁ - ଏହି ସଫେଇ ଏକ ମଧୁର ହାସ୍ୟରୋଳ ସୃଷ୍ଟି କଲା ପରିସ୍ଥିତିଟି ମେଣ୍ଟିଗଲା

ଇଂଲଣ୍ଡରେ ଛଅମାସ ବିତାଇ, ୟୁରୋପର କିଛି ଦେଶରେ ଶିକ୍ଷାଲାଭ ପାଇଁ ଭ୍ରମଣ ଇତ୍ୟାଦି କରି ଅମଲା ମହୋଦୟଙ୍କର ବୋଇତ ଯାଇଁ ଲାଗିଲା ସିଂହଳ ଦ୍ୱୀପରେ ମାତ୍ର ସିଂହଳରେ ବାବୁଙ୍କ ଭାଗ୍ୟ ବାମ ହେଲା ଯେତେ ସାବଧାନତାର ସହିତ ଗୁଡାଖୁ ବ୍ୟବହାର କଲେ ମଧ୍ୟ ଲଙ୍କାରାଜ୍ୟରେ ପହଞ୍ଚିଲା ବେଳକୁ ତାହା ସରିଆସିଥିଲା ନିଜର ଦୂରଦୃଷ୍ଟି ସହିତ ଅବଶ୍ୟ ଶ୍ରୀ ଗଣନାଥ ଦାସ ଏପରି ପରିସ୍ଥିତିର କଳନା କରିପାରିଥିଲେ ଏଣୁ ନିଜର ଜଣେ ବନ୍ଧୁ ଯାଦବଙ୍କୁ ସେ କହିଆସିଥିଲେ ଶ୍ରୀଲଙ୍କାର ଠିକଣାରେ ଗୁଡାଖୁ ଡବାଏ ପଠାଇବା ପାଇଁ

କଲମ୍ବୋରେ ପହଞ୍ଚିବାର କିଛି ଦିନ ପରେ ବାବୁ ଅବକାରୀ ଅଫିସିରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ହାଜର ହେବା ନିମନ୍ତେ ଏକ ଛାପା ନୋଟିସି ପାଇଲେ ବାବୁ ଧାର୍ଯ୍ୟ ତାରିଖରେ ଯାଇଁ ଅବକାରୀ ବାବୁଙ୍କ ଅଫିସିରେ ହାଜର ହେଲେ ହେଲେ ପହଞ୍ଚି ଦେଖିଲେ ଯେ ଜଳବାୟୁ କିଛି ଅନୁକୁଳ ନୁହେଁ ମୂଳରୁ ହିଁ ସିଂହଳି ଅବକାରୀ ବାଲା ଧରି ନେଇଥାଆନ୍ତି ଯେ ଆମର ସୁଧାର ଓଡ଼ିଆ ସରକାରଙ୍କର ଅମଲା ଜଣଙ୍କ ଅପରାଧି ବୋଲି ବିଚରା ଗୁଡାଖୁ ପୁଣି ଭୁଲ ପରିଚିତିର ଶୀକାର ହୋଇ ସିଂହଳି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଅହିଫେନ ଭାବରେ ଗଣା ହୋଇଥାଏ କଷ୍ଟମ ଅଫିସର ଯେ ଗୁଡାଖୁ ଅଫିମ ନୁହେଁ ସେକଥା ମାନିବାକୁ ନାରାଜ ଅଗତ୍ୟା ଆଉ ବାଟ ପାଇ ଗଣନାଥ ବାବୁ ଉପରିସ୍ଥ ଅଫିସରଙ୍କୁ ଭେଟିବା ପାଇଁ ଜିଗର କଲେ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଭେଟିବା ପାଇଁ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା ତାଙ୍କୁ ଦେଖିଲା କ୍ଷଣି ଆସିଷ୍ଟାଣ୍ଟ କଲେକ୍ଟର ସାହିବ ସାହେବୀୟ ଫଣା ଟେକି ଦଂଶିବାକୁ ବସିଲେ ଜଣାଇଦେଲେ ଯେ ତଥାକଥିତ ଅଫିମ ତକ ଜବତ ହେବ, ତାହା ସହ ହଜାର ଟଙ୍କା କଷ୍ଟମ ବିଭାଗକୁ ଦୁଇ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ପଡ଼ିବ

ଗଣନାଥ ବାବୁ ଯେତେ ଏହା ଗୁଡାଖୁ  ଗୁଡାଖୁ ଦନ୍ତମଞ୍ଜନର ଏକ ସାମଗ୍ରୀ ମାତ୍ର ସେ ନିଜେ ଓଡ଼ିଶା ସରକାରଙ୍କର ଭାରପ୍ରାପ୍ତ ଜଣେ ଦାୟିତ୍ତ୍ୱସମ୍ପନ୍ନ କର୍ମଚାରୀ ବୋଲି କହି ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଏସବୁ ତାଙ୍କର ବୋଧଗମ୍ୟ ହେଲା ନାହିଁ ଓଲଟା ଜେଲଦଣ୍ଡ ଭୋଗିବାର ଧମକ ମଧ୍ୟ ଶୁଣିବାକୁ ପଡ଼ିଲା ଶେଷକୁ ସିଂହଳି ଅମଲା ଜଣଙ୍କ ଓଡ଼ିଆ ଅମଲାଙ୍କୁ ଗୁଡ଼ାଖୁ ଯେ ନିରୁତା ଦନ୍ତମଞ୍ଜନ ବୋଲି ତାହାର ପ୍ରମାଣ ଡବାରୁ ପଚାଶ ଗ୍ରାମ କାଢ଼ି, ତାକୁ ଘଷି ଦେବା ପାଇଁ କହିଲେ ଆଉ ବାଟ କିଛି ନାହିଁ ଏଣୁ ଗଣନାଥ ବାବୁଙ୍କୁ ବସିବସି ପଚାଶ ଗ୍ରାମ ଗୁଡାଖୁ ଘଷିବାକୁ ପଡ଼ିଲା ଗୁଡ଼ାଖୁ ଘଷା ସରିଲା ବେଳକୁ ମୁଣ୍ଡ ବୁଲାଉ ଥାଏ ଆଉ ଉପାୟ ପାଇ ସିଂହଳି ଅତିରିକ୍ତ କଲେକ୍ଟର ଜଣଙ୍କ ଗୁଡାଖୁ ଡବାଟି ଦାସବାବୁଙ୍କୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଲେ ମାତ୍ର ଏତେ ଅପମାନର ଶୀକାର ହୋଇ ମଧ୍ୟ ଶ୍ରୀଲଙ୍କାରେ ଗଣନାଥ ବାବୁଙ୍କର ଗୁଡାଖୁ ସେବନ ବନ୍ଦ ହେଲା ନାହିଁ କେମିତି ଯେ ବନ୍ଦ ହେଲା ତାହା ଆଉ ଏକ କାହାଣୀ

ବି.ଦ୍ର. ଏହି ଲେଖାଟି ୨୦୧୬ ମସିହାରେ ପାକ୍ଷିକ ସମଦୃଷ୍ଟିର ୧୧ତମ ଭଲ୍ୟୁମର ନବମ ସ‌ଂଖ୍ୟାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment