ତିଗିରିଆ ଅଞ୍ଚଳର ପିଲାଙ୍କ ପାଇଁ ଗୀତ - 'କୋକବାୟା ନନାରେ'
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କୋକବାୟା ନନାରେ, ବାଡ଼ି ଅନ୍ଦାଡ଼େ ଥା
କୁନିଆ କାନ ମୋଚି ମୋଚିକା ଆଉ ଯାହା କାନ ଖା ।
କୋକବାଇ ନନାରେ ମୋ ବୋଲ ଶୁଣ
ବିଲର ମାଛ ଚିଲ ଖାଇଗଲା ଦଉଡ଼ି ଖଣ୍ଡିଏ ବୁଣ ।
ଦଉଡ଼ି ଖଣ୍ଡିଏ ବୁଣରେ ନନା ଫାଶଟିଏ କର
ଫାଶଟିଏ କରିସାରି ଚିଲମାନଙ୍କୁ ଧର ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment