ନାରୀମାନଙ୍କ ପାଇଁ ମତଦାନର ଅଧିକାର
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କୌଣସିଠାରେ ସରକାରମାନେ ସ୍ୱେଚ୍ଛାପୂର୍ବକ କ୍ଷମତାରେ ଭାଗପ୍ରଦାନ କରିନାହାନ୍ତି । ସରକାରରେ ଅଂଶଗ୍ରହଣର ଅଧିକାର ପାଇଁ ସାରାୟୁରୋପରେ ଓ ଆମେରିକାରେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଲଢ଼ିବାକୁ ପଡ଼ିଛି । ମହିଳାମାନଙ୍କର ମତାଧିକାର ପାଇଁ ଆନ୍ଦୋଳନ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୟୁରୋପରେ ବଳସଙ୍ଗ୍ରହ କଲା । ଏହି ଆନ୍ଦୋଳନକୁ ନିର୍ବାଚନାଧିକାର ଆନ୍ଦୋଳନ କୁହାଯାଏ ।
ଏହି ସମୟରେ ଅନେକ ପୁରୁଷଲୋକେ ଯୁଦ୍ଧ ପାଇଁ ଦୂରଦେଶରେ ଥିଲେ । ଆଗରୁ ଯେଉଁ ସବୁ କାମକୁ ପୁରୁଷଜନୋଚିତ କାମ ବୋଲି
ଗଣାଯାଉଥିଲା, ସେସବୁ କ୍ଷେତ୍ରଗୁଡ଼ିକରେ ଏବେ ସ୍ତ୍ରୀଲୋକମାନେ କାମ କରିବାକୁ ଲାଗିଲେ । ଅନେକ ମହିଳାମାନେ ନାନା ପ୍ରକାରର
କାମ ସଙ୍ଗଠିତ କରିବାକୁ ଓ ପରିଚାଳିତ କରିବାକୁ ଲାଗିଲେ । ଏହା ଦେଖି ଲୋକେ ସ୍ତ୍ରୀଲୋକମାନଙ୍କ ବିଷୟରେ ଓ ସେମାନଙ୍କର ନାନାଦିକାମକରିବାର କ୍ଷମତା ବିଷୟରେ ସେମାନଙ୍କ ନିଜର ଧରାବନ୍ଧାଚିତ୍ରଗୁଡ଼ିକ ନେଇ ପ୍ରଶ୍ନ ଉଠାଇବାକୁ ଲାଗିଲେ । ଏଣୁ ସ୍ତ୍ରୀଲୋକମାନେ
ନିଜକୁ ନିଷ୍ପତ୍ତି ନେବାରେ ସମାନ ବୋଲି ଜ୍ଞାନ କରିବାକୁ ଲାଗିଲେ ।
ନିର୍ବାଚନାଧିକାରର ଆନ୍ଦୋଳନକାରୀମାନେ ମହିଳାମାନଙ୍କ ପାଇଁ ଭୋଟ ଦେବାର ଅଧିକାର ଦାବୀ କଲେ । ଏଥି ପ୍ରତି ଦାବୀ ଆକର୍ଷିତ
କରିବା ପାଇଁ ସେମାନେ ନିଜକୁ ଶିକୁଳିରେ ରେଲିଙ୍ଗ ଇତ୍ୟାଦିରେ ବାନ୍ଧୁଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଜେଲ ମଧ୍ୟ ଗଲେ ।
ଅନଶନରେ ମଧ୍ୟ ବସିଲେ । ଅନଶନରେ ବସିଥିବା ଅନେକ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଖାଦ୍ୟ ଖୁଆଯାଉଥିଲା । ଆମେରିକାର
ମହିଳାମାନେ ୧୯୨୦ମସିହାରେ ଭୋଟ ଦେବାର ଅଧିକାର ପାଇଲେ । ପୁରୁଷମାନଙ୍କ ସହିତ ସମତା ଭିତ୍ତିରେ ଭୋଟ ଦେବାର
ଅଧିକାର ବିଲାତର ମହ଼ିଳାମାନଙ୍କୁ୧୯୨୮ ମସିହାରେ ମିଳିଲା ।
ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ତୃତୀୟ ଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।
No comments:
Post a Comment