Thursday, November 24, 2016

ଜହ୍ନି ରାଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଜହ୍ନି ୨୫୦ ଗ୍ରାମ, ଅଧ କପ ନଡ଼ିଆ କୋରା, ବୁଟ ୧୦ ଗ୍ରାମ, ସୋରିଷ ୧୦ ଗ୍ରାମ, ଜୀରା ଏକ ଚାହା ଚାମଚ, ଗୋଲ ମରିଚ ଏକ ଚାହା ଚାମଚ, ପାନ ମହୁରୀ ଏକ ଚାହା ଚାମଚ, ହଳଦୀ ଏକ ଚାହା ଚାମଚ, ଘିଅ ଦଶ ଗ୍ରାମ, ଫୁଟଣ ପାଞ୍ଚ ଗ୍ରାମ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଜହ୍ନିକୁ  ଭଲ ଭାବରେ ଚୋପା ଛଡ଼ାଇ କାଟି ଛୋଟ ଖଣ୍ଡ କରନ୍ତୁ । ସୋରିଷ, ପାନମହୁରୀ, ଜୀରା, ବିରି ଓ ବୁଟ କୁ ମିଶାଇ ବାଟନ୍ତୁ । ନଡ଼ିଆକୁ ଅଲଗା ଦରଦର ବଟା କରି ବାଟନ୍ତୁ । କଡ଼େଇରେ ଦୁଇ କପ ପାଣି ଗରମ କରନ୍ତୁ । ପାଣି ଫୁଟି ଗଲେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ,ବଟା ମସଲା ଓ ନଡ଼ିଆ ବଟା ପକାନ୍ତୁ । ଅଳପ ଆଞ୍ଚରେ ଦଶମିନିଟ ଫୁଟାନ୍ତୁ । ଭଲ କରି ଫୁଟିଗଲା ପରେ, ସେଥିରେ କଟା ଜହ୍ନି ପକାଇ ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଜହ୍ନି ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ଫୁଟଣ ଦେଇ ଛୁଙ୍କ ଦିଅନ୍ତୁ । ଏହି ଛୁଙ୍କକୁ ରାଇରେ ପକାଇ ଗୋଳାଇ ଦିଅନ୍ତୁ । ଜହ୍ନି ରାଇ ତିଆରି ହୋଇଗଲା । 

No comments:

Post a Comment