Saturday, November 05, 2016

ବାଲେଶ୍ୱରର ଲୋକଗୀତ - ଷାଠିଏ ହାତ ଦାଢ଼ି


ଆଠ ହାତିଆ ଦାଢ଼ି
ମଧ୍ୟ ଉନବିଂଶ ଶତାବ୍ଦୀର କାଲିଫର୍ଣ୍ଣିଆର ଜଣେ ଲୋକ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ

ନାଲି ଟୁଁ ଟୁଁ ଚଢ଼େଇ ଦୁଇଟି
ପିଆଜ ପତର ଖାଇ
ବଡବୋଉକୁ ଡାକିତେ ଗଲେ
ଝୁମୁରି ଝୁମୁରି ଗାଇ

ବଡ଼ବୋଉ ଲୋ ବଡ଼ବୋଉ ଲୋ
କି କରମ କଲୁ ?
କନିଆରି ସେ ବଡ଼ ଝିଅକୁ 
ବୁଢ଼ାବରରେ ଦେଲୁ ?

ହଉ ପଛେ ବୁଢ଼ାବର
କିଣି ଦେବ ଶାଢ଼ୀ
ରାତି ପାହିଲେ ଦେଖେଇ ଦବ
ଷାଠିଏ ହାତ ଦାଢ଼ି ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

No comments:

Post a Comment