Friday, November 04, 2016

ଚାଉଳ ବରା 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଉଷୁନା ଚାଉଳ ୨୫୦ ଗ୍ରାମ, ଅରୁଆ ଚାଉଳ ୧୦୦ ଗ୍ରାମ, ଚୋପା ଛଡ଼ା ବିରି ଡାଲି ପଚାଶ ଗ୍ରାମ, ଧୁଳ ହୋଇ ଚୁନାଚୁନା କଟା ହୋଇଥିବା ବଡ଼ କଞ୍ଚା ଲଙ୍କା  ପାଞ୍ଚଟି, ଚୁନା ହୋଇ କଟା ହୋଇଥିବା ଅଦା ଦଶ ଗ୍ରାମ, କଟା ହୋଇଥିବା ଭେର୍ସୁଙ୍ଗ ପତ୍ର ୨୦ ଟି, ସୁଆଦ ଅନୁସାରେ ଲୁଣ, ଛାଣିବା ପାଇଁ ସୋରିଷ ତେଲ ।

ପ୍ରଣାଳୀ - ଚାଉଳ ଓ ଡାଲିକୁ ଛଅ ଘଣ୍ଟା ପାଣିରେ ବତୁରାନ୍ତୁ । ଉପର ଅତି କମ ପାଣି ଦେଇ ମିକ୍ସିରେ ଧିରେ ଧିରେ ପୂରା ଚିକ୍କଣ କରି ଏହାକୁ ବାଟନ୍ତୁ । ଆଣକୁ ପାଞ୍ଚ ମିନିଟି ଫେଣାନ୍ତୁ । ଏଥିରେ କଟା ଅଦା, ଭେର୍ସୁଙ୍ଗ ପତ୍ର କଟା, ଲୁଣ ଓ ଲଙ୍କା ପକାଇ ଗୋଳାନ୍ତୁ । ଆଣକୁ ଛୋଟ ଛୋଟ ମୋଦକ ଭଳି ଗୋଲଗୋଲ କରି ଗରମ ତେଲରେ ସୁନା ରଙ୍ଗ ହେଲା ପର୍ଯ୍ୟନ୍ତ ଛାଣନ୍ତୁ ।  ଏହାକୁ ଘୁଘୁନି କି ଆଳୁଦମ ସହିତ ଖାଇଲେ ଭଲ ଲାଗିବ । 

No comments:

Post a Comment