Thursday, November 03, 2016

ନାଡ଼ି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ - ଚୋପା ଛଡ଼ା ବିରିର ଚୁନା ୫୦୦ ଗ୍ରାମ, ୧୦୦ ଗ୍ରାମ ଚାଉଳ ଚୁନା, ଜୀରା ଗୁଣ୍ଡ ୨୦ ଗ୍ରାମ, ୧୦ ଗ୍ରାମ ଜୁଆଣି ଗୁଣ୍ଡ, ପାଞ୍ଚ ଗ୍ରାମ ପାନମହୁରୀ ଗୁଣ୍ଡ, ପାଞ୍ଚ ଗ୍ରାମ ହେଙ୍ଗୁ, ଛାଣିବା ପାଇଁ ଦରକାର ଅନୁସାରେ ଘିଅ ।

ପ୍ରଣାଳୀ - ବିରି ଚୁନା ସହ ବାକି ସବୁ ସାମଗ୍ରୀ ମିଶାଇ ଦିଅନ୍ତୁ । ଅଳ୍ପ ଅଳ୍ପ ପାଣି ପକାଇ ଟାଣ ଆଣ କରନ୍ତୁ । ଘିଅ ଗରମ କରନ୍ତୁ । ଘିଅ ପୂରା ଗରମ ହୋଇଗଲେ ଆଞ୍ଚ କମାଇ ଦିଅନ୍ତୁ । ନାଡ଼ିକୁ ମୁଡ଼ୁକିର ସବୁଠାରୁ ବଡ଼ କଣା ବାଲା ଛାଞ୍ଚରେ ପକାଇ ଛାଣନ୍ତୁ । ଅଳପ ଆଞ୍ଚରେ ଛାଣିବେ । ଗାଢ଼ ମାଟିଆ ରଙ୍ଗ ହୋଇଗଲେ ଘିଅରୁ ବାହାର କରି ଦିଅନ୍ତୁ । ନାଡ଼ି ତିଆରି ହୋଇଗଲା । ଏହା  ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ତଟକା ଓ ବ୍ୟବହାରଯୋଗ୍ୟ ରହିବ । 

No comments:

Post a Comment