Monday, November 14, 2016

 ପାଲି ଧମ୍ମପଦ (୫୧) ର ଓଡ଼ିଆ  ପଦ୍ୟାନୁବାଦ


୮ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେ ପୁଷ୍ପ ଅଟଇ‌ ସୁନ୍ଦର ଓ ବର୍ଣ୍ଣଯୁକ୍ତ ।
ଗନ୍ଧଶୂନ୍ୟ ହୋଇଲେ ସେ ଯେପରି ଅପାର୍ଥ ।।
ସୁଭାଷିତ ଉଚ୍ଚାରଣ ନ କଲେ ପାଳନ ।
ହୋଇଯାଏ ସେହି ବାଣୀ ନିଶ୍ଚେ ଅକର୍ମଣ୍ୟ ।୮।

ଯଥାପି ରୁଚିରଂ ପୁପ୍ଫଂ ବର୍ଣ୍ଣବନ୍ତଂ ଅଗନ୍ଧକଂ ।
ଏବ ସୁଭାସିତା ବାଚା ଅଫଳା ହୋତି ଅକୁବ୍ବତୋ ।୮।

ଯଥାପି ରୁଚିରଂ ପୁଷ୍ପଂ ବର୍ଣ୍ଣବତ୍ ଅଗନ୍ଧକମ୍ ।
ଏବଂ ସୁଭାଷିତା ବାଚା ଅଫଳା ଭବତି ଅକୁର୍ବ୍ୱତଃ ।୮। 

No comments:

Post a Comment