ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୩
![]() |
ଦେବରାଜ ଇନ୍ଦ୍ରଙ୍କର ତାମ୍ର ପ୍ରତିମା (ନେପାଳ, ୧୬ଶ ଶତାବ୍ଦି) ନସଲି ଓ ଆଲିସ ହିରାମାନେକ ସଙ୍ଗ୍ରହ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସେ ବିଶ୍ୱନିୟନ୍ତୃ ଭୟେ ପ୍ରତପେ ତପନ
ପ୍ରତାପେ ପାବକ, ବହେ ସନ୍ତତ ପବନ ।
ଯଥାକାଳେ ବର୍ଷେ ଇନ୍ଦ୍ର ପ୍ରଶାସେ ଶମନ
ନିଜ ନିଜ କାର୍ଯ୍ୟେ ରତ ଦିଗପାଳ ଗଣ ।
ସ୍ୱାମୀରୋଷେ ଭୟଭୀତ ପରିକର ପ୍ରାଏ
ପ୍ରତ୍ୟେକ ଆପଣା ପଥେ ଅବିଶ୍ରାନ୍ତେ ଧାଏଁ । (ନ.ଉ. ୨।୩। ୩୫-୩୬)
No comments:
Post a Comment