Wednesday, November 23, 2016

ଶିମ୍ବ ରାଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଶିମ୍ବ ୨୫୦ ଗ୍ରାମ, ଅଧ କପ ନଡ଼ିଆ କୋରା, ବୁଟ ୧୦ ଗ୍ରାମ, ସୋରିଷ ୧୦ ଗ୍ରାମ, ଜୀରା ଏକ ଚାହା ଚାମଚ, ଗୋଲ ମରିଚ ଏକ ଚାହା ଚାମଚ, ପାନ ମହୁରୀ ଏକ ଚାହା ଚାମଚ, ହଳଦୀ ଏକ ଚାହା ଚାମଚ, ଘିଅ ଦଶ ଗ୍ରାମ, ଫୁଟଣ ପାଞ୍ଚ ଗ୍ରାମ, ପାଞ୍ଚ କୋଲା ଚୋପା ଛଡ଼ା ରସୁଣର ଛେଚା, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଶିମ୍ବକୁ କାଟି ଛୋଟ ଖଣ୍ଡ କର । ସୋରିଷ, ପାନମହୁରୀ, ଜୀରା, ବିରି ଓ ବୁଟ କୁ ମିଶାଇ ବାଟନ୍ତୁ । ନଡ଼ିଆକୁ ଅଲଗା ଦରଦର ବଟା କରି ବାଟନ୍ତୁ । କଡ଼େଇରେ ଦୁଇ କପ ପାଣି ଗରମ କରନ୍ତୁ । ପାଣି ଫୁଟି ଗଲେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ,ବଟା ମସଲା ଓ ନଡ଼ିଆ ବଟା ପକାନ୍ତୁ । ଅଳପ ଆଞ୍ଚରେ ଦଶମିନିଟ ଫୁଟାନ୍ତୁ । ଭଲ କରି ଫୁଟିଗଲା ପରେ, ସେଥିରେ କଟା ଶିମ୍ବ ପକାଇ ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଶିମ୍ବ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ଫୁଟଣ ଓ ଛେଚା ରସୁଣ ଦେଇ ଛୁଙ୍କ ଦିଅନ୍ତୁ । ଏହି ଛୁଙ୍କକୁ ରାଇରେ ପକାଇ ଗୋଳାଇ ଦିଅନ୍ତୁ । ଶିମ୍ବ ରାଇ ତିଆରି ହୋଇଗଲା । 

No comments:

Post a Comment