Sunday, November 06, 2016

ମିଠା ଡାଲି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ୨୦୦ ଗ୍ରାମ ହରଡ଼ ଡାଲି, ଚୋପାଛଡ଼ା ଅଦା ଛେଚା ୧୦ ଗ୍ରାମ, ହଳଦୀ ଏକ ଛୋଟ ଚାହା ଚାମଚ, ପାନମହୁରୀ ଗୁଣ୍ଡ ଏକ ଛୋଟ ଚାହା ଚାମଚ, ହେଙ୍ଗୁ ଚିମୁଟାଏ, ଗୋଟା ଜୀରା ଏକ ଛୋଟ ଚାହା ଚାମଚ, ଗୋଟା ସୋରିଷ ଏକ ଛୋଟ ଚାହା ଚାମଚ, ଘିଅ ଦଶ ଗ୍ରାମ, ଗୁଡ଼ ପଚାଶ ଗ୍ରାମ, ଲୁଣ ସୁଆଦ ଅନୁସାରେ ।

ପ୍ରଣାଳୀ - ଡାଲିକୁ ଲୁଣ ଓ ହଳଦୀ ପକାଇ ହାଣ୍ଡିରେ ସିଝାନ୍ତୁ । ଦରସିଝା ହେଲା ପରେ ପାନମହୁରୀ ଗୁଣ୍ଡ ଓ ଛେଚା ଅଦାକୁ ସେଥିରେ ପକାନ୍ତୁ । ଏହାର ପାଞ୍ଚ ମିନିଟି ପରେ ପାଞ୍ଚ ଗ୍ରାମ ଘିଅ ଫୁଟାଇ ଏଥିରେ ଜୀରା ଓ ସୋରିଷ ପକାଇ ଛୁଙ୍କକୁ ଡାଲିରେ ପକାଇ ଦିଅନ୍ତୁ । ମିଠା ଡାଲି ତିଆରି ହୋଇଗଲା ।

No comments:

Post a Comment