ସୋର ଅଞ୍ଚଳର ପିଲାଙ୍କ ଗୀତ
![]() |
ଏସପଙ୍କର ପିମ୍ପୂଡ଼ି ଚିତ୍ରକର - ମିଲୋ ୱିଣ୍ଟର (୧୮୮୮ - ୧୯୫୬: ଆମେରିକା) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବାଇଆ ମାଆ ଯେ ନ ଖାଏ ଖୁଦ
ପୁଅ ଜନ୍ମ କଲା ପୋହଳା ବିଦ ।
ପୁଅକୁ ଶ୍ୱାଇଲା ହିଡ଼ ମୁଣ୍ଡାରେ
ପିମ୍ପୂଡ଼ି ଖାଇଲେ କାନ ମୁଣ୍ଡାରେ ।
କାନ ମୁଣ୍ଡା ଗଲା ଶୀତଳ ହୋଇ
ପୁଅ କାନ୍ଦୁଅଛି ବିକଳ ହୋଇ ।
ବାଇଆ ମା' ଯେ ସରୁ କାଟେଣୀ
ପୁଅକୁ ପିନ୍ଧାଏ ପାଟ ପତନୀ
ଝିଅକୁ ପିନ୍ଧାଏ ନେତ
ଆପେ ପିନ୍ଧିଥାଏ କଳା ବଉଦ
ଉଡ଼ାଇ ନେଉଛି ଭୂତ ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment