Thursday, December 01, 2016

ହାଣ୍ଡି ମଙ୍ଗୁଳା ସମୟରେ ଖୋର୍ଦ୍ଦାର କାନ୍ଦଣା ଗୀତ 


ଗୁଆଟାମାଲାର ପାରମ୍ପରିକ ବସ୍ତ୍ରଶିଳ୍ପର ବିପଣୀ

ମରିଗଲେ ନୂଆ ହାଣ୍ଡି ହୁଅଇ, ଲୋ ମୋ ବୋଉ
ନୂଆ ଲୁଗା କିଣାହୋଇ ଆସଇ, ଲୋ ମୋ ବୋଉ
ମୁହିଁ  ତ ଜୀଇଛି ନେତ୍ରେ ଦେଖୁଛୁ, ଲୋ ମୋ ବୋଉ
ନୂଆ ହାଣ୍ଡି ନୂଆ ଲୁଗା କରୁଚୁ, ଲୋ ମୋ ବୋଉ
ମଙ୍ଗଳ ବେଳରେ ମଙ୍ଗଳ କଥା, ଲୋ ମୋ ବୋଉ
କିଁପା କରୁ ଏଇ ଅମଙ୍ଗଳ କଥା, ଲୋ ମୋ ବୋଉ ।

ଜୀଇଲା ଗଛକୁ କାଟି ଦେଉଚୁ, ଲୋ ମୋ ବୋଉ
ବଞ୍ଚିଥିବା ଜୀବ ମାରି ଦେଉଚୁ, ଲୋ ମୋ ବୋଉ
ଜନମ ବେଳେ ଏନ୍ତୁଡ଼ି ଶାଳରୁ, ଲୋ ମୋ ବୋଉ
ତଣ୍ଟି କାଟି ଯାହା ମାରି ନ ଦେଲୁ, ଲୋ ମୋ ବୋଉ ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment