Sunday, December 11, 2016

ଆଉ ଏଣିକିରେ ମନ 


କବି - ଜଗନ୍ନାଥ ଦାସ


ବମ୍ବେର ଭିଣ୍ଡି ବଜାରର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆଉ ଏଣିକିରେ ମନ ଭୁଲୁ କାହିଁକି ?
ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି ?

ଅଇରି ତୋ କଳ ପଣା ଛେଦିପକା ବେନି ଡେଣା
ଶୂନ୍ୟରେ ବାଜୁଛି ବୀଣୀ ଶୁଣା ନାହିଁକି ?

ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ
ହାଟ ସରିଲେ ବଣିକ ଆଉ ଥାଇ କି ?

ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ
ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି ?

ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ହଜିଲେ ପରମ ସୁନା ଆଉ ପାଇକି ?

ଓ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
କହେ ଜଗନ୍ନାଥ ଦାସ ଅନୁସରି କି ?

No comments:

Post a Comment