Monday, December 12, 2016

ହାଟ ଭାଙ୍ଗିବ ହୋ


କବି - ଶିଶୁ ଅନନ୍ତ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ହାଟ ଭାଙ୍ଗିବ ହୋ, ହାଟ କରିବାକୁ ନାହି 
ହାଟ ଭାଙ୍ଗୁଛନ୍ତି ପାଞ୍ଚ ସରଦାର ରହି ।

ଗୋଲାହାଟ ବଟପୁଟେ ବସିଅଛି ହାଟ
ହାଚରେ ପଶିବେ ବୋଲି ଜଗିଛନ୍ତି ଖଣ୍ଟ ।

ସୁବୁଦ୍ଧି ବଣିଆ ବାଟେ ପସରା ମେଲାଇ
ନାମକୁ ମିଶାଇ ସାହୁ ପୋଟଳା ବାନ୍ଧଇ ।

ମନୁ ମହାପାତ୍ର ହାଟେ ଦଣ୍ଡିଆ ହୋଇଛି
ମହା ମତ୍ତଗଜ ହାଟ ମଧ୍ୟରେ ବାନ୍ଧିଛି ।

ବନ୍ଧାଖୁଣ୍ଟ ହାତୀ ଯେବେ ଅଯୋଗେ ଫିଟିବ 
କହନ୍ତି ଅନନ୍ତ ଶିଶୁ ହାଟ ଉଜୁଡ଼ିବ । 

No comments:

Post a Comment