Thursday, December 08, 2016

ଦୁଇଟି ପ୍ରସିଦ୍ଧ ସଂସ୍କୃତ ଶ୍ଲୋକର ଓଡ଼ିଆ ପଦ୍ୟାନୁବାଦ 


ଅନୁବାଦକ - ବୈକୁଣ୍ଠନାଥ ପଟ୍ଟନାୟକ (?)


ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଦସ୍ତଖତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏ ଆସନେ ଦେହ ମୋର 
ହେଉ ପଛେ କ୍ଷୀଣ ।
ଅସ୍ଥି ଚର୍ମ ମାଂସ ଯେତେ 
ହେଉ ପଛେ ଲୀନ ।।

ଯେତେ ଦିନ ନ ଲଭିଛି
ଶୁଦ୍ଧ ତତ୍ତ୍ୱ ଜ୍ଞାନ ।
ତେତେ ଦିନ ଏ ଶରୀର
ନ ଛାଡୁ ଆସନ ।।

ଇହାସନେ ଶୁଷ୍ୟତେ ମେ ଶରୀରାମ୍ । 
ତୃଗସ୍ଥିମାଂସମ୍ ବିଲୟମ୍ ୟ ଯାତୁ ।। 

ଅପ୍ରାପ୍ୟବୋଧିନ୍ ବହୁ କଳ୍ପ ଦୁର୍ଲ୍ଲଭାମ୍ ।
ନହୀ ଆସନାତ୍ ଗାତ୍ରମିଦଂ ଚଳିଷ୍ୟତି ।।

ସବୁରି ମଙ୍ଗଳ କରେଁ କାମନା ।
ନ ଭୋଗନ୍ତୁ କେହି ରୋଗ ଯାତନା ।।
ପରସ୍ପର ହିତ ଦେଖନ୍ତୁ ସର୍ବେ 
ଦୁଃଖ ଭାଗୀ କେହି ନ ରହୁ ଭବେ ।।

ସର୍ବେ ଭବନ୍ତୁ ସୁଖୀନଃ ।
ସର୍ବେ ସ୍ୟନ୍ତୁ ନିରାମୟାଃ ।।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ।
ମା କଶ୍ଚିତ ଦୁଃଖ ଭାଗ୍ ଭବେତ୍ ।।

No comments:

Post a Comment