Saturday, December 10, 2016

ପାଳୁଅ ପଣା


ପଣାରେ ପଡ଼ୁଥିବା ଜାଇଫଳ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ସାମଗ୍ରୀ - ପାଳୁଅ ଦୁଇ ଶହ ଗ୍ରାମ, ଦହି ଅଧ କିଲ, ଗୁଡ଼ ଦେଢ଼ ଶହ ଗ୍ରାମ, ଗୋଲମରିଚ ଗ୍ରାମ ଏକ ଚାହା ଚାମଚ, ଜାଇଫଳ ଗୁଣ୍ଡ ଅଧ ଚାହା ଚାମଚ, ଗୁଜୁରାତି ଗୁଣ୍ଡ ଏକ ଚାହା ଚାମଚ, ଆବଶ୍ୟକତା ଅନୁସାରେ ପାଣି ।

ପ୍ରଣାଳୀ - ପାଳୁଅକୁ ଏକ ଗିଲାସ ପାଣିରେ ଗୋଟିଏ ଛୋଟ ତସଲାରେ ଅଧ ଘଣ୍ଟା ବତୁରାଇ ଦିଅନ୍ତୁ । ତଳ ପାଳୁଅକୁ ନ ହଲାଇ ଉପର ପାଣି ନିଗାଡ଼ି ଦିଅନ୍ତୁ । ଆଉ ଥରେ ଏହି ଧୁଆ ପାଳୁଅରେ ଏକ ଗିଲାସ ପାଣି ମିଶାଇ ଅଧ ଘଣ୍ଟା ବତୁରାନ୍ତୁ । ଅଧ ଘଣ୍ଟା ପରେ ପୁଣି ତଳ ପାଳୁଅକୁ ନ ହଲାଇ ଉପର ପାଣି ନିଗାଡ଼ି ଦିଅନ୍ତୁ । ଏକ ପଲମରେ ଅଧ ଗିଲାସ ପାଣି ଦେଇ ସେଥିରେ ଏହି ଧୁଆ ପାଳୁଅକୁ ପକାଇ ଦିଅନ୍ତୁ ।  ଅଳପ ଆଞ୍ଚରେ ରାନ୍ଧନ୍ତୁ । ଡଙ୍କିରେ ନିରନ୍ତର ଘାଣ୍ଟୁଥିବେ । ପାଳୁଅ ଜମାଟ ବାନ୍ଧିଗଲେ ନିଆଁରୁ ଓହ୍ଲାଇ ଦେବେ । ଗୋଟିଏ ବଡ଼, ଗହିରିଆ ଥାଳିରେ ଦୁଇ ଗିଲାସ ପାଣି ଢାଳନ୍ତୁ ।  ଏହି ପାଣି ଭିତରକୁ ଗୋଟିଏ ମୋଟା ସେଉ ଛାଞ୍ଚରେ ପାଳୁଅ ପକାଇ ମୋଟା ସେଉ ତିଆରି କରନ୍ତୁ । ପାଳୁଅ ମୋଟା ସେଉ ଭଳି ହୋଇ ପାଣିରେ ରହିବ ।

ଚିନିରେ ଗୁଡ଼ ଓ ସବୁ ମସଲା ଗୁଣ୍ଡ ପକାଇ ଭଲ ଭାବରେ ଫେଣ୍ଟନ୍ତୁ । ପାଳୁଅ ସେଉକୁ ଏଥିରେ ପକାଇ ଦିଅନ୍ତୁ । ଆବଶ୍ୟକତା ଅନୁସାରେ ପାଣି ମିଶାନ୍ତୁ । ଏହି ମିଶ୍ରଣକୁ ଫ୍ରିଜରେ ଅଧ ଘଣ୍ଟାଏ ରଖି ଦିଅନ୍ତୁ । ଅଧ ଘଣ୍ଟା ପରେ ଫ୍ରିଜରୁ କାଢ଼ି ଥଣ୍ଟା ପଣା ସେବନ କରନ୍ତୁ । 

No comments:

Post a Comment