Sunday, December 04, 2016

ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - କାହ୍ନୁ ପାଦାନମ୍ 

(ରାଗ ଦେଶାଖ)


କାହ୍ନୁପାଦଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନଗର ବାହାରିରେ ଡୋମ୍ବି ତୋହରି କୁଡ଼ିଆ
ଛୋଇଁ ଛୋଇ ଜାଇସୋ ବ୍ରାହ୍ମଣ ନାଡ଼ିଆ ।

ଆଲୋ ଡୋମ୍ବି ତୋଏ ସମ କରିବ ମ ସାଙ୍ଗ
ନିଘଣ କାହ୍ନା କାପାଳି ଜୋଇ ଲାଙ୍ଗ ।

ଏକ ସେ ପଦୁମା ଚୌଷଠି ପାଖୁଡ଼ୀ
ତହିଁ ଚଡ଼ି ନାଚଅ ଡୋମ୍ବୀ ବାପୁଡ଼ୀ ।

ହାଲୋ ଡୋମ୍ବି ତୋ ପୁଚ୍ଛାମି ସଦଭାବେ 
ଆଇଅସି ଜାସି ଡୋମ୍ବୀ କାହାରି ନାବେଁ ।

ତାନ୍ତ ବିକଅଣ ଡୋମ୍ବୀ ଆବର ମୋ ଚାଙ୍ଗିଡ଼ା
ତୋହୋର ଅନ୍ତରେ ଛାଡ଼ି ନଡ଼ ପେଡ଼ା ।

ତୁଲୋ ଡୋମ୍ବୀ ହାଁଉ କପାଳୀ
ତୋହୋର ଅନ୍ତରେ ମୋଏ ଘେନିଲି ହାଡ଼େରୀ ମାଳୀ ।

ସରବର ଭଞ୍ଜିଅ ଡୋମ୍ବୀ ଖାଅ ମୋଲାଣ
ମାରମି ଡୋମ୍ବୀ ଲେମି ପରାଣ ।

[ଶବ୍ଦାର୍ଥ : କାହ୍ନା - କାହ୍ନୁ; ଲାଙ୍ଗ - ଲଙ୍ଗଳା; ପଦୁମା - ପଦ୍ମ; ଚାଙ୍ଗିଡ଼ା - ଚାଙ୍ଗୁଡ଼ି;  ନଡ଼ - ନଟ; ପେଡା - ପେଟିକା; ହାଁଉ - ମୁଁ;  ମୋଲାଣ -ମୃଣାଳ] 
ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ସମ୍ପାଦିତ ପ୍ରାଚୀନ ଓଡ଼ିଆ କବିତାରୁ ଆହୃତ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡ଼େମୀ : ୧୯୮୪ ।

No comments:

Post a Comment