Wednesday, December 14, 2016

ରଘୁ ଅରକ୍ଷିତ ପଦାବଳୀ - ୪



ନିଦ୍ରାରୁ ଉଠ ହେ ଗୋବିନ୍ଦ
ଯଶୋବନ୍ତୀ ଡାକନ୍ତି,
କାକ କୋକିଳ ରାବ ଦେଲେ
ନିଶା ହେଲା ପାହାନ୍ତି ।

ସଙ୍ଗୀ ବ୍ରଜସୁତ ଅଇଲେ
ରଖି ଯିବୁ ମୋ ଧନ,
ଘୃତ ଲବଣୀ ସର ଦେବି
ଉଠ ଉଠ ମୋ ଧନ ।

ପଙ୍କଜ ମୁଖ ତୋ ପଖାଳ
ଘେନି ସୁବାସ ପାଣି,
ପିନ୍ଧାଇବି ଝୀନ ପତନୀ 
କେଶେ ପାରିବି ବେଣୀ ।

କଣ୍ଠେ କଣ୍ଠିମାଳୀ ହରିଡ଼ା
ହସ୍ତେ ଦେବି କଙ୍କଣ,
ରଘୁ ଅରକ୍ଷିତ ଭଣିଲେ
କୃଷ୍ଣ ପଦ୍ମ ଚରଣ । 

No comments:

Post a Comment