'କେବଣ ମୁନିକୁମର'
କପିଳେନ୍ଦ୍ର ଦେବ
![]() |
ପରଶୁରାମ ପରଶୁ ସାହାଯ୍ୟରେ କେରଳ ରାଜ୍ୟ ସୃଷ୍ଟିର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କେବଣ ମୁନିକୁମର ପରଶୁ ଦକ୍ଷିଣ କର
ବାମେଣ ଶୋହେ ଧନୁଶର ନା ।
କୋପେଣ ବୋଲେ ବୀର ତ ତୁ ସେ ମୋ ବଧିଲୁ ତାତ
ଆଜ ତୋର ଛେଦିବଇ ମାଥ ନା ।
ଶୁଣ ରାଜନ ହୋ, କିଏ ତୋର ରାଜ୍ୟେ ବ୍ରହ୍ମ ବଧେ ନା ।
ଏ ତୋର ଚନ୍ଦ୍ରବଦନ ମେଘେ କି ଢାଙ୍କିଲା ଜହ୍ନ
ତାହା ଦେଖି ବିକଳ ମୋ ମନ ନା ।
ଆବର ଦେଖଇ ଅରଷ୍ଟି ରାଜ୍ୟେ ତୋ ରୁଧିର ବୃଷ୍ଟି
ପୁର ବେଢ଼ି ରୋଦନ୍ତି ଶୃଗାଳ ନା ।
(ପଞ୍ଚଦଶ ଶତାବ୍ଦୀର 'ପର୍ଶୁରାମ ବ୍ୟାୟୋଗ' ସଂସ୍କୃତ ନାଟକରୁ ସଙ୍ଗୃହୀତ)
ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ସମ୍ପାଦିତ 'ପ୍ରାଚୀନ ଓଡ଼ିଆ କବିତା'ରୁ ଆହୃତ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡ଼େମୀ : ୧୯୮୪ ।
No comments:
Post a Comment