Friday, December 09, 2016

କଟକରୁ ବାଗଲପୁର



(ଶିକ୍ଷାସନ୍ଧାନ ଛାପିଥିବା ଜଗନ୍ନାଥ ଦାସଙ୍କର ଆତ୍ମଜୀବନୀସ୍ମୃତିରୁ ଖିଏରୁ ସଙ୍ଗୃହିତ)



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଜଗନ୍ନାଥ ଦାସ କିଏ ବୋଲି କହିଲେ ଏବେ ବୋଧେହୁଏ ଅଧିକାଂଶ ଲୋକେ ଜାଣିବେ ନାହିଁ ହେଲେ ତାଙ୍କର ପରିଚୟ ଅନେକ ପ୍ରଥମ ପରିଚୟ ଜଣେ ସ୍ୱାଧୀନତା ସଙ୍ଗ୍ରାମୀର ତାଙ୍କର ଘର ଏବେର ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଗାଁ ବାଗଲପୁର ସ୍ୱାଧୀନତା ଆନ୍ଦୋଳନ ସମୟରେ ବୀର ଗାଁ ବାଗଲପୁରର ଆହୁରି ଅନେକ ଲୋକଙ୍କ ପରି ସେ ମଧ୍ୟ ଜେଲ ଯାଇଥିଲେ ଥରେ ନୁହେଁ, ଦୁଇଥର ତା ପରେ ଅନୁଗୁଳର ବାଜିରାଉତ ଛାତ୍ରାବାସରେ ମଧ୍ୟ ସେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିଲୁଆଖାଇ ଜୋର ଦେବୀ ନଦୀର ଟାପୁ ବାଇଶି ମଉଜା ଅଞ୍ଚଳରେ ଏହା ଅବସ୍ଥିତ ଉର୍ବର ଜମି ହେଲେ ତିନି ପୁରୁଷ ତଳେ ଗମନାଗମନର ବଡ଼ ଅସୁବିଧା ଥିଲା

ସ୍ୱାଧୀନତା ଆନ୍ଦୋଳନରେ ନିଜର ଅବଦାନ ବଳିଦାନ ପାଇଁ ବାଗଲପୁର ଗାଁଟି ପ୍ରସିଦ୍ଧ ଗାଁରେ ଅନ୍ୟ ଅନେକ ଜାତିର ଲୋକେ ରହୁଥିଲେ ହେଁ ଏହାକୁ ପ୍ରତିଷ୍ଠା କରିଥିଲେ କରଣମାନେ ଏଣୁ ଅନେକ ଏହାକୁ ଏକ କରଣ ଗାଁ ବୋଲି ଗଣନ୍ତି ଜଗନ୍ନାଥ ବାବୁ ନିଜେ କରଣ ଅନେକ ଅନ୍ୟ କରିଣିଆଙ୍କ ପରି ଜଗାବାବୁଙ୍କ ବାପା ମୟୁରଭଞ୍ଜ ରଜାଘରେ, ବନାଧିକାରୀ ଭାବରେ ଚାକିରୀ କରି ପେଟ ପୋଷୁଥିଲେ ଏଣୁ ଦାସେ ଆଜ୍ଞାଙ୍କର ପିଲାଦିନ କଟିଥିଲା ବଣ ଜଙ୍ଗଲ ଘେରା ମୁଲକରେ

ମାଟ୍ରିକି ପାଠ ପଢ଼ିବା ପାଇଁ ଜଗନ୍ନାଥ ବାବୁ ଆସିଲେ କଟକ ନଗର ସ୍ୱାଧୀନତା ଆଗର କଥା ପାଠ ପାଇଁ ନାମ ଲେଖାଇଲେ ସେତେବେଳର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ପ୍ୟାରୀମୋହନ ଏକାଡ଼େମୀରେ ନିଜ ଗାଁର କାହ୍ନୁ ଭାଇ (କାହ୍ନୁଚରଣ ଦାସ)ଙ୍କ ବସାରେ ରହୁଥାଆନ୍ତି ସେତେବେଳେ ବାଗଲପୁରର ଆଉ ଜଣେ ପ୍ରଥୀତଯଶା ସନ୍ତାନ, ଚିତ୍ତରଞ୍ଜନ ଦାସ, ମଧ୍ୟ ସେହି ବସାରେ ରହୁଥାଆନ୍ତି, ଆଉ କିଛି ଅନ୍ତେବାସୀମାନଙ୍କ ସହ ଛୁଟି ଇତ୍ୟାଦି ହେଲେ ବସାର ଲୋକେ ଗାଁ ଆଡ଼େ ଯାତ୍ରା କରନ୍ତି ବାଟ ବେଶୀ ନୁହେଁ ସେତେବେଳେ ମାତ୍ର ଏକୋଇଶି ମାଇଲି ମାତ୍ର ଯିବାଆସିବା କରିବା ଭାରି ଭୀଡ଼ ବେଳେବେଳେ ସକାଳୁ ସନ୍ଧ୍ୟା ପୁରା ଗୋଟାଏ ଦିନ ଚାଲିଯାଏ

କଟକରୁ ରାଜ୍ୟର ଅନେକ ଆଡ଼କୁ ସେ ସମୟରେ ନାଲିମାଟିଆ ବାଟ ଫିଟିସାରିଥାଏ ; ଜଗସିଙ୍ଗିପୁରୁକୁ ମଧ୍ୟ ହେଲେ ସେ ରାସ୍ତାର ଅବସ୍ଥା ଅନେକ ଜାଗାରେ ଖରାପ କେବଳ ଏହି ରାସ୍ତା ନୁହେଁ ଓଡ଼ିଶାର ସବୁ ରାସ୍ତାର ସେହି ସମୟରେ ପ୍ରାୟ ଏହି ଅବସ୍ଥା ଭାରତର କଲ୍ୟାଣ ପାଇଁ ଅସଭ୍ୟ କଲାଲୋକଙ୍କର ଶାସନର କାଠିକର ଦାୟିତ୍ତ୍ୱ ତୁଲାଉଥିବା ବିଲାତି ସରକାର କିନ୍ତୁ ରାସ୍ତା ବାର୍ଷିକ ମରାମତି କରନ୍ତି ନାହିଁ କଟକରୁ ଅବଶ୍ୟ ସେତେବେଳେ ଜଗତସିଂହପୁରକୁ ବସ ଚାଲୁଥାଏ ସେ ବସ ପୁଣି କାଠ ତିଆରି ବସଗୁଡ଼ିକ ସେ ସମୟରେ ଛୋଟ ବସିବାର ଜେଗା ମାତର ଏକ କୋଡ଼ି ଜନର ଲାଗି ବସର ଆକାର କୁଜି ଗୁଣ୍ଠୁଣି ହାତୀ ପରି ତାହାର ଗତି ମଧ୍ୟ ଗୁଣ୍ଠୁଣି ହାତୀ ସମ କଟକର ଗୌରୀଶଙ୍କର ପାର୍କଠାରୁ ବସ ଛାଡ଼େ ସହର ମଧ୍ୟରେ ରେଳଟେସନ ମାଲଗୋଦାମ ଦେଇ ଗତି କରେ ବସ ଛାଡ଼ିଲା ବେଳେ ସହର ଭିତରୁ ସେତେ ବେଶୀ ଲୋକ ଚଢ଼ନ୍ତି ନାହିଁ ରେଳଟେସନରୁ ଅନେକ ଲୋକ ଗାଡ଼ିରେ ଚଢ଼ନ୍ତି ବିଶେଷତଃ କଲିକତିଆ ଯାତ୍ରୀ ଗାଡ଼ି ସହର ବାହାରେ ଚକା ପକେଇଲା ବେଳକୁ କୋଡ଼ିଏ ଜଣଙ୍କ ଜାଗାରେ ଭରିହୋଇସାରିଥାଆନ୍ତି ପଚାଶରୁ ବି ଅଧିକ ଲୋକେ

ବେଶୀ ଭୀଡ କରନ୍ତି ଜେଗା ନିଅନ୍ତି କଲିକତିଆ ଯାତିରି ଛତା, ଜୋତା, ଲଣ୍ଠନ, ବୋତଲ, ଶିଶି, ଆସବାସ ପତର, ବାକୁସ ଇତ୍ୟାଦି ମିଶି ଗୋଟିଏ ଲୋକର ଛୋଟ ଦୁନିଆଟିଏ ବସ ଭିତରର ସଂକ୍ଷିପ୍ତ ଆସର ଭିତରେ ଏପରି ଅନେକ ଦୁନିଆ ପରସ୍ପର ଭିତରେ ଠେଲାପେଲା ହୁଅନ୍ତି କସରତ କରି ନିଜନିଜ ପାଇଁ ଜେଗା ସଜିଲ କରିନିଅନ୍ତି ହେଲେ ବିଚରା ଲୋକଗୁଡ଼ିକ ଚିପି ହୋଇ ପଥ କିପରି ସରିଯିବ ସେ ବିଷୟରେ ନୀରବ ସରବ ପ୍ରାର୍ଥନା ଚଲାଉଥାଆନ୍ତି କଟକ ଜଗସିଙ୍ଗିପ୍ରୁ ବାଟରେ ଅନେକ ଖାଲଖମା ବାଟରେ ଶଗଡ଼ ବସ ଦ୍ୱାରା ଅନେକ ଲୋକ ନିଇତି ଯିବାଆସିବା କରନ୍ତି ହେଲେ ରାସ୍ତା ମରାମତି ହୁଅନା ବସ ଯାଉଥିବା ସମୟରେ ଅନେକ ସମୟରେ ଖାତ ଇତ୍ୟାଦିରେ ପଡ଼ି ଗାଡ଼ି ଜଖମ ହୁଏ ଗାଡ଼ି ଅଟକିଗଲେ ଡ୍ରାଇଭର ଆଜ୍ଞା ଇଞ୍ଜିନ ସଜାଡନ୍ତି ଲୋକେ ଓହ୍ଲାଇ ଅପେକ୍ଷା କରନ୍ତି ଆଉ ଗୋଟିଏ ବସ ଅଟକିଥିବା ଗାଡ଼ିଟିକୁ ଟପି ଚାଲିଗଲେ, ପ୍ରଚୁର ଧୂଳି ଉଡ଼େ ଧୂଳିମାଟିରେ ଗାଧୋଇ ଲୋକଙ୍କ ଦେହମୁହଁ ମଧ୍ୟ ନାଲି ରଙ୍ଗ ହୁଏ ଯାତ୍ରାର ସନ୍ତକ ମିଳେ ବେଳେବେଳେ ବସରୁ ଓହ୍ଲାଇ ଗାଡ଼ି ଠେଲିବାକୁ ମଧ୍ୟ ହୁଏ

ବାଗଲପୁର ଯିବା ଲୋକ, ଅଣଖିଆ ପାଖରେ ଓହ୍ଲାନ୍ତି ସେଇଠୁ ବିଲରାସ୍ତାରେ ଅନେକ ବାଟ ଯାଇ ତାହା ପରେ କେନାଲବନ୍ଧକୁ ଯାତିରି ଉଠନ୍ତି କେନାଲ ବନ୍ଧରେ ଅଛି ଦଣ୍ଡିଲ ଗାଁ ସେଇ ଗାଁ ପାଖରେ କେନାଲ ଉପରେ ଗୋଟିଏ କାଠ ପୋଲ ଥିଲା ଲୋକେ ଆଗେ ତାକୁ ପାରହୁଅନ୍ତି କେନାଲ ଟପି ସାରିଲା ପରେ ଶୁଖିଲା ଅଳକା ନଦୀକୁ ପାର ହେବାକୁ ପଡ଼େ ତାହା ପରେ ପୁଣି ଆଉ ଥରେ ଶାଖା କେନାଲର ବନ୍ଧ ଉପରେ ଉପରେ ଆସି ବିଲୁଆଖାଇ ନଈକୂଳର ବନ୍ଧକୁ ଲୋକେ ଆସି ଢ଼ୁକନ୍ତି ତାହା ପରେ ସାଧାରଣତଃ କ୍ଷୀଣସ୍ରୋତା ବିଲୁଆଖାଇ ଜୋର ଭିତର ଦେଇ ଥିବା ରାସ୍ତା ଦେଇ ଲୋକେ ପହଞ୍ଚନ୍ତି ବାଇଶି ମଉଜାର ଟାପୁ ଭିତରେ କେତେବେଳେ ଢୁଳାଉଥିବା କେତେବେଳେ ଆଧୁନିକତାର ଉଦବେଳନରେ ଉଛୁଳୁଥିବା ଗାଁ ବାଗଲପୁର


ଧୂଳି ନଖାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅବଶ୍ୟ ବିକଳ୍ପ ବାଟ ଥାଏ - ନୌଯାତ୍ରାର ବ୍ୟବସ୍ଥା ହେଲା କେନାଲ ଉପରେ ପହଁରି କରି ଯାଉଥିବା ଟଣା ଡ଼ଙ୍ଗାର ନୂଆବଜାର ଏରିଆରୁ ଏହି ଡଙ୍ଗା ସବୁ ଛାଡ଼େ କଟକରୁ ଛାଡ଼େ ପ୍ରାତକାଳରେ, ଆଠଟା ବେଳେ ଜଗସିଙ୍ଗପ୍ରୁରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଯାଏପୂରା ଦିନଟା ଯାଏ ଯାତ୍ରାରେ ବସିବାର ବ୍ୟବସ୍ଥା ସାଧାରଣ ପଛପାରିବା ପାଇଁ ଡଙ୍ଗା ଉପରେ ପଡ଼ିଥାଏ ପଟା ସେହିପରି ଖରାବରଷା ଦାଉରୁ ବଞ୍ଚିବା ପାଇଁ ଉପରେ ଛାଉଣି ହୋଇଥାଏ ପଟାର ପାଲ ଏଇ ପାଲ ଉପରେ ଯାତ୍ରୀମାନଙ୍କର ଜିନିଷପତ୍ର ରଖା ହୋଇଥାଏ ଡଙ୍ଗାରେ ପୂରା ଦିନଟା ଖାଲିଟାରେ ବସିରହିବା ଭାରି ଦିକିଦାରିଆ ବସି ବସି ଦିହ ଆସକାତିଆ ମାରିଯାଏ ଖୁଜୁବୁଜିଆ ଲାଗେ

କେନାଲ କୂଳରେ ଗୁଡ଼ିଆଙ୍କର ଦୋକାନ ଦୋକାନ ବୋଇଲେ ଛଣଛାଉଣି କୁଡ଼ିଆ ମାତର ବାରଣ୍ଡାରେ ଥାଏ ପଟା ପଟା ଉପରେ ଥୁଆ ହୋଇଥାଏ ଲଡ଼ୁ, ଜିଲାପି ଅନ୍ୟାନ୍ୟ ଖାଇବା ସାମଗ୍ରୀ ଚାଳିଆ ଭିତରେ ଗୁଡ଼ିଆ ବାପୁଡ଼ା ରଖିଥାଏ ଚୁଡ଼ା କନ୍ଦ ଇତ୍ୟାଦି ଖାଇବା ଦରବ ଚାଳରୁ ଲଟକୁଥାଏ ସୁଆଦିଆ ପାଚିଲା ପାଟକପୁରା ରମ୍ଭାଫଳ ବହୁତ ଲୋକ ବିରକତ ହେଲେ ଡଙ୍ଗା ଗୁଡ଼ିଆ ଦୋକାନ ପାଖରେ ଅଟକେ ଲୋକେ ଚଲାବୁଲା କରି ଗୋଡ଼ହାତର ପରାଶ ମାରନ୍ତି ଭୋକଲାଗୁଥିବା ଲୋକେ ଗୁଡ଼ିଆ ଦୋକାନରେ ଯାଇଁ ଢ଼ୁକନ୍ତି ଗୁଡ଼ିଆ କଂସା ବାସନରେ ଚୁଡ଼ା, ଗୁଡ଼ କନ୍ଦ ରଖି ବଢ଼ାଇ ଦିଏ ଚକଟି ଖାଇବା ଦାୟିତ୍ତ୍ୱ ଗରାଖର ଶସ୍ତା ସୁନ୍ଦର ଜଳଖିଆ କଂସାଏ ଚୁଡ଼ାଗୁଡ଼ ପେଟରେ ପଡ଼ିଲେ ଓଳିକର ପେଟକଷ୍ଟ ମେଣ୍ଟାଏ ଡଙ୍ଗାରେ ଯାତ୍ରାର କଷ୍ଟର ମରାଜ କିଛି ଦୂରକରେ

ଡଙ୍ଗାରେ ବେଶୀ ସମୟ ଲାଗେ ଗୋଡ଼ହାତ ସ୍ଥିର ରହିରହି ଝିମଝିମ ଲାଗେ ବିଲୁଆଖାଇ ନଈରେ ଅନେକ ସମୟରେ ବନ୍ୟା ହୁଏ ନଈରେ ବାଲି ବେଶୀ ପଟୁ ବା ପଙ୍କ କମ ବନ୍ୟା ହେଲେ ଜମିମାନଙ୍କରେ ବାଲି ମାଡ଼ିଯାଏ ଅଞ୍ଚଳର ଅନେକ ଜମିରେ ଏହିପରି ଭାବରେ ବିଲୁଆଖାଇ ନଈର ବାଲି ମାଡ଼ି ଜେଗାଟିର ନାମ ବାଲିଆ ବାଲିଆରେ ଗୋଟି ବଡ଼ ହାଟ ବସେ ଏଇ ବାଲିଆ କେନାଲ ଉପରେ ଥିଲା ଏକ କାଷ୍ଠନିର୍ମିତ କ୍ଷୁଦ୍ର ସେତୁ କେନାଲରେ ଅନେକ ସମୟରେ ଥାଏ ବିପୁଳ ଜଳରାଶି କେନାଲ ଦୁଇ ତଟରେ ପୁନାଙ୍ଗ ବୃକ୍ଷର ଶୋଭାଯାତ୍ରା ପୋଲ ଉପରେ ଠିଆହେଲେ ଆଖି ପୂରିଯାଏ ଦୃଶ୍ୟଟିକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ ବାଲିଆ ପାଖରେ ବିଲୁଆଖାଈ ଟପିଗଲେ ହେଇ ସେ ପାରି ଜଗା ବାବୁଙ୍କର ଗାଁ - ବାଗଲପୁର

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୧ତମ ସଂଖ୍ୟାରେ ପ୍ରକାଶିତ)

No comments:

Post a Comment