Wednesday, December 07, 2016

 ପାଲି ଧମ୍ମପଦ (୫୪) ର ଓଡ଼ିଆ  ପଦ୍ୟାନୁବାଦ


୧୧ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଫୁଲ ଗନ୍ଧ ପବନର ପ୍ରତିକୂଳ ଦିଗେ
ଗମନ କରଇ ନାହିଁ କଦାଚିତ କେବେ ।

ଚନ୍ଦନ, ଚଗର, ମଲ୍ଲୀ ଆଦି କୁସୁମରେ
ଗନ୍ଧ ଗମନ ନ କରେ ବାୟୁ ପ୍ରତିକୂଳେ ।

ସତ୍-ପୁରୁଷ ମାନଙ୍କର ଗନ୍ଧ ଗନ୍ଧବହ
ପ୍ରତିକୂଳ ଦିଗରେ ସେ କରଇ ପ୍ରବାହ  ।

ସେହିପରି ଭାବେ ସତ୍-ପୁରୁଷେ କରନ୍ତି 
ସମସ୍ତ ଦିଗରେ ନିଜ ଗନ୍ଧ ପ୍ରବାହନ୍ତି । ୧୧।

ନ ପୁପ୍ଫଗନ୍ଧୋ ପଟିବାତମେତି ନ ଚନ୍ଦନଂ ତଗରମଲ୍ଲିକା ବା ।
ସତଞ୍ଚ ଗନ୍ଧୋ ପଟିବାତମେତି ସବ୍ୱା ଦିସା ସପ୍ଫୁରିସୋ ପବାତି ।୧୧।

ନ ପୁପ୍ଫଗନ୍ଧଃ ପ୍ରତିବାତମେତି ନ ଚନ୍ଦନଂ ତଗର ମଲ୍ଲିକା ବା ।
ସତାଂ ଚ ଗନ୍ଧଃ ପ୍ରତିବାତମେତି ସର୍ବ୍ୱା ଦିଶଃ ସତ୍-ପୁରୁଷଃ ପ୍ରବାତି ।୧୧।

No comments:

Post a Comment