Wednesday, December 14, 2016

ରଘୁ ଅରକ୍ଷିତ ପଦାବଳୀ - ୨



ପଞ୍ଚଦଶ ଶତାବ୍ଦୀର ଭାଗବତ ପୁରାଣର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯଶୋଦା କୃଷ୍ଣଙ୍କୁ କହନ୍ତି ତୁମେ ମୋ ଜୀବ ପରମ 
ସବୁ ଲୋକମାନେ ଜାଣନ୍ତି ତୋତେ ମୁଁ କଲି ଜନମ ।

ଲୁଛି ହୋଇଯିବି କେଶବ ତୁ ମୋ ଛାମୁରେ କହ
କେଉଂ ଚେରୀ ଝିୟେ ବୋଲନ୍ତି ତୁ ମୋ ଖୁମୁଳା ପୁଅ ।

ବାବୁରେ ନିଦ୍ରାର ବେଳେ ପ୍ରସବିଲି ନାହି ଲାଗିଣ କିଛି 
କେଉଂ ଚେରୀ ଝିୟେ ବୋଲନ୍ତି ସେ ନ ଜାଣନ୍ତି କିଛି । 

ଉମା କି କେ ହସ ହସ ହୁଅ ଗୋ ତୁମ୍ଭ କିଣିମା ସତ
ମଧ୍ୟସ୍ତ ଜଣେ ବରାଇବା ସାକ୍ଷୀ ରଘୁ ଅର୍କ୍ଷିତ । 

No comments:

Post a Comment