Tuesday, December 06, 2016

ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଲୁଇ ପାଦାନମ୍ 

(ରାଗ ପଟମଞ୍ଜରୀ)


ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

କାଆ ତରୁବର ପଞ୍ଚ ବି ଡାଳ
ଚଞ୍ଚଳ ଚିଏ ପଇଠା କାଳ ।

ଦିଢ଼ କରିଅ ମହାସୁହ ପରିମାଣ
ଲୁଇ ଭଣଇ ଗୁରୁ ପରିଚ୍ଛ ଜାଣ ।

ସଅଳ ସମାହିଅ କାହିକରି ଅଇ
ସୁଖ ଦୁଖେତେଁ ନିଚିତ ମରିଅଇ ।

ଏଡ଼ି ଏଉ ଛାନ୍ଦକ ବାନ୍ଧି କରଣକ ପାଟେର ଆସ
ସୁନ ପାଖ ଭିତି ଲେହୁରେ ପାଶ ।

ଭଣଇ ଲୁଇ ଆମ୍ ହେ ଝାଣେ ଦିଠାଁ
ଧମଣ ଚମଣ ବେଣି ପିଣ୍ଡ ବଇଠା ।

[ ଶବ୍ଦାର୍ଥ : କାଆ - କାୟା; ଚିଏ - ଚିତ୍ତେ; ସଅଳ - ସକଳ; ସମାହିଅ - ସମାଧିତ; ସୁନ - ଶୂନ୍ୟ;  ଝାଣେ - ଧ୍ୟାନେ ]
ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ସମ୍ପାଦିତ ପ୍ରାଚୀନ ଓଡ଼ିଆ କବିତାରୁ ଆହୃତ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡ଼େମୀ : ୧୯୮୪ ।

No comments:

Post a Comment