Sunday, December 04, 2016

ଉନବିଂଶ ଶତାବ୍ଦୀର ବିଦ୍ୟାଳୟ ନୀରିକ୍ଷଣର ଏକ ନୋଟ


ଉପ-ଅଧୀକ୍ଷକ ପ୍ୟାରୀମୋହନ ସେନ


ବଙ୍ଗାଳୀ ବାଳିକା ବିଦ୍ୟାଳୟ (କଲିକତା, ୧୮୬୯)
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଆମ୍ଭେ ଦେଖୁଅଛୁଁ ଯେ ଛାତ୍ରାବାସରେ ଥିବା ଦୁଇ ଏକ ଼ଜଣ ଛାତ୍ର ଯେ କି ହେଡ଼ପଣ୍ଡିତଙ୍କ କଥା ଶୁଣୁନାହାନ୍ତି, ------ ସେମାନଙ୍କର ନେତା ଅଟେ । ଆଉ ଏ ଛାତ୍ର କାଞ୍ଜିହାଉସର ଇଜରାଦାରର ମୋହରିର ସ୍ୱରୂପ କାର୍ଯ୍ୟ କରେ ଓ ହେଡ଼ଣ୍ଡିତଙ୍କ ନିକଟ ନପଢ଼ୁଥିବାରୁ ଆପଣାକୁ ତାଙ୍କ ଅଧିକାରରୁ ସ୍ୱାଧୀନ ଜାଣେ । ଶିକ୍ଷକମାନଙ୍କ ମଧ୍ୟରୁ କେବଳ ହେଡ଼ପଣ୍ଡିତ ଛାତ୍ରାବାସରେ ଥାଇ ସେଠାରେ ଥିବା ଛାତ୍ରମାନଙ୍କର ତତ୍ତ୍ୱାବଧାନ କରନ୍ତି । ଯେ ତାଙ୍କ କଥା ନଶୁଣେ ତାକୁ ଉକ୍ତ ଛାତ୍ରାବାସରେ ରଖିବାକୁ ଦେବା ଉଚିତ ନୁହେଁ । ଆଉ ------- ଛାତ୍ରାବାସରେ ରହିଲେ ଅନ୍ୟ ଛାତ୍ରମାନେ ଅତିଶୟ ଅବାଧ୍ୟ ହେବାର ସମ୍ଭବ । ଏ ହେତୁରୁ ଆମେ ହେଡ଼ପଣ୍ଡିତଙ୍କୁ ଆଦେଶ ଦେଉଁଅଛୁ ଯେ ସେ --------
ତାଙ୍କୁ ଛାତ୍ରାବାସରେ ରଖିବାକୁ ଦେବେ ନାହିଁ । ତାହାର ଇଜାହାରରେ ସେ ବେନାମି ଦରଖାସ୍ତ ନିଜେ ଲେଖିଥିବାର ସ୍ୱୀକାର କରିଥିବାରୁ ଆମ୍ଭେ ତାହା ନାମ କାଟି ଦେବା ନିମନ୍ତେ ବୋର୍ଡ଼କୁ ରିପୋର୍ଟ କଲୁ ନାହିଁ ।

ଆଉ ଆମ୍ଭେ ଆଦେଶ କରିଅଛୁଁ ଯେ ଛାତ୍ରାବାସରେ ଥିବା ଛାତ୍ରମାନଙ୍କର କେହି ଅଭିଭାବକ ଆପଣା ପିଲାକୁ ଦେଖିବାକୁ ଆସିଲେ ତାଙ୍କୁ ଦୁଇ ଓଳିରୁ ଅଧିକ ଛାତ୍ରାବାସରେ ରଖିବାକୁ ହେଡ଼ପଣ୍ଡିତ ଦେବେ ନାହିଁ ।

ଛାତ୍ରାବାସରେ ବର୍ତ୍ତମାନ ଦୁଇ ତିନି ଜଣ ପିଲାରେ ଗୋଟିଏ ଗୋଟିଏ ରୋଷାଇ ହେଉଛି । ଏକ ରୋଷେଇ ହେଲେ ଆହୁରି ପିଲା ଛାତ୍ରାବାସରେ ରହିପାରିବେ । ଏହି ରୋଷେଇ ହେବା ବିଷୟରେ ହେଡ଼ପଣ୍ଡିତ ଯତ୍ନଶୀଳ ହେବେ ।

ଯବର୍ତ୍ତମାନ ରାତ୍ରିରେ ସ୍କୁଲଘରେ କେହି ରହୁନାହିଁ । ଦପ୍ତରୀର ରାତ୍ରୀରେ ଶୋଇବା ଉଚିତ । ଏ ବିଷୟରେ ହେଡ଼ପଣ୍ଡିତ ମହୋଦୟଙ୍କୁ କହିଦେବେ । 

କଟକ 
୧୮.୦୭.୧୮୯୭

[ ଶ୍ରୀ କୃଷ୍ଣଚନ୍ଦ୍ର ସେନଗୁପ୍ତ ଲେଖିଥିବା ଓ ଶିକ୍ଷାସନ୍ଧାନ ଆଉଥରେ ଛାପିଥିବା ପ୍ୟାରୀମୋହନ ସେନଙ୍କ ଜୀବନ ଚରିତ 'ଆଦର୍ଶ ପୁରୁଷ'ରୁ ଉଦ୍ଧୃତ ] 

No comments:

Post a Comment