Tuesday, December 13, 2016

ଚକାନୟନ ହେ


କବି - ମାଧବୀ ଦାସୀ


ଗୁଆ ଉପରେ ଜଗନ୍ନାଥ (ରଘୁରାଜପୁର)
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଚକାନୟନ ହେ, ଜଗୁଜୀବନ ଶ୍ରୀହରି ।।
କାତରେ ଜଣାଣ କରୁଛି ଛାମୁରେ
ଶୁଣ ପ୍ରଭୁ ଶ୍ରୁତି ଡ଼େରି ।।

କେତେ ସଙ୍କଟୁ କାହାକୁ ରଖିନାହଁ 
ଦୟାଳୁ ସାରଙ୍ଗଧାରୀ ।
ତା ବର୍ଣ୍ଣି ବସିଲେ ପୋଥିକର ପାଠ 
କି ବର୍ଣ୍ଣିବ ଏ ପାମରୀ ।।

ଜୀବନ୍ତୀ ପିଙ୍ଗଳା ଆଦି ବାରବାଳା
ସଂସାରୁ ଗଲେ ନିସ୍ତରି ।
ଅପାର ମହିମା କେତନ ଉଡ଼ାଇ
ରଖିଛ କୀରତି ଶିରୀ ।।

ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ-
ପଣକୁ ଅଯୋଗ୍ୟା ନାରୀ ।
କରିଛି ଦୟିନି ଯୋଡ଼ି କର ବେନି
ଶୁଣ ମାଧବୀ ଗୁହାରୀ ।

No comments:

Post a Comment