Thursday, December 15, 2016

ବାଇମନ ହୋ ବସି ହଂସକୁ ଖେଳା


କବି - ଅଚ୍ୟୁତାନନ୍ଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

 ବାଇମନ ହୋ, ବସି ହଂସକୁ ଖେଳା 
ହଂସ ଉଡ଼ିଗଲେ ବୁଡ଼ିବ ଭେଳା ।

ପୋଖରୀ ଗୋଟିକ ଚାରି ଚୌରସ
ଡିମ୍ବ ପାଡ଼ିଅଛି ଅଣ୍ଡିରା ହଂସ ।

ଶୁଖିଲା ପୋଖରୀ ମାରେ ଲହଡ଼ି
ଡ଼ିମ୍ବ ଅଛି ଛୁଆ ଗଲାଣି ଉଡ଼ି ।

ଡିମ୍ବ ଗୋଟିକେ ତିନି ତିନି ଛୁଆ
ସୁଜ୍ଞାନୀ ହୋଇଲେ କହିବ ଏହା ।
ସର୍ପକୁ ମଣ୍ଡୁକୀ କରୁଛି ଗେଲ
ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ ।

ଏକ ଦେଉଳରେ ଦଶ କବାଟ
କେଉଁଠାରେ ଅଛି କଳପ ବଟ ।

ଶୂନ୍ୟରେ କାହୁଁ ବାଜୁଅଛି ବୀଣା
କେଉଁଠାରେ ଅଛି ଗୋପ ପାଟଣା ।

ଗୀତ ଷଡ଼ପଦ ଅର୍ଥ ବହୁତ
ଭାବରେ ଭଣିଲେ ଦାସ ଅଚ୍ୟୁତ ।

No comments:

Post a Comment