Tuesday, December 13, 2016

ରଘୁ ଅରକ୍ଷିତ ପଦାବଳୀ - ୧


ବସନ୍ତର ଗୁଡ଼ି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ । 

ଆମ୍ବ କେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ ତ୍ରପୂର ଧୂଳି ଗୋ । 

ଶାରୀ ପଚାରଇ କୋକିଳକୁ ରାଇ ବନରେ କି କରୁ ବସି
ତୁମ୍ଭେ ଆମ୍ଭେ ଦୁହେଂ ସଖି ଚାଲ ଯିବା ବସନ୍ତ ପ୍ରକାଶ ଆସି ଗୋ ।

ଯାଇ ଜୂଇ ମଲ୍ଲୀ ମାଳତୀ ସେବତୀ ବିବିଧ କୁସୁମେ ଗଭା
ଦକ୍ଷିଣ ମୂରତି ହୋଇ ଯଦୁପତି ଦୋଳମଣ୍ଡପରେ ଉଭା ଗୋ ।

ସଖି ଗୋ ଶ୍ରୀଜଗନ୍ନାଥକୁ ଦୋଳାଦୋଳି ବେଳେ ଲଙ୍କାଗଡ଼େ ଭୟେ ମାନି
ଶ୍ରୀ ଜଗନ୍ନାଥ ପଦ୍ମପାଦ ତଳେ ରଘୁ ଅରକ୍ଷିତ ଭଣି ଗୋ ।

No comments:

Post a Comment