Friday, December 09, 2016

ବରଧରା ଯିବା ବେଳେ କାନ୍ଦଣା ଗୀତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନସ୍ସ


ଯାହା ଅବାଟକୁ ବାଟକରି ଚାଲିବ, ହେ ମୋ ଭାଇ
ଅଦେଶକୁ ଦେଶ ମଣି ଆସିବ, ହେ ମୋ ଭାଇ ।

ତୁମ ପଦ୍ମପାଦ ଅତି ପବିତ୍ର, ହେ ମୋ ଭାଇ 
ଅପବିତ୍ର ରାଜ୍ୟ ହେବ ପବିତ୍ର, ହେ ମୋ ଭାଇ ।

ମରୁଭୂଇଁ ବୃକ୍ଷ ପାଦେ ଥାପିଲ, ହେ ମୋ ଭାଇ
ପାଷାଣରେ ପଦ୍ମ ଚାରା ଥୋଇଲ, ହେ ମୋ ଭାଇ ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment