Friday, December 16, 2016

ଅବନା ଅକ୍ଷର ଜପ

କବି - ଶିଶୁ ଅନନ୍ତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଅବନା ଅକ୍ଷର ଜପ, ଯିବ କୋଟି ଜନ୍ମ ପାପ 
ଅସାଧନା ମାର୍ଗେ ରହି ଅମାପକୁ ହୃଦେ ମାପ ।

ଦନ୍ତ ଓଷ୍ଠ ନ ହଲିବ, ଶିର କଣ୍ଠ ନ କମ୍ପିବ
ମନ୍ତ୍ର ଯନ୍ତ୍ର ନାହିଁ ତହିଁ ଦେଖିବ ବ୍ରହ୍ମ ସ୍ୱରୂପ ।

ବ୍ରହ୍ମା ବିଷ୍ଣୁ ସଦାଶିବ, କରି ନ ପାରନ୍ତି ଠାବ
ଶେଷଦେବ ନ ପାଇଲେ କୋଟି ଜନ୍ମ କରି ତପ ।

ସସ୍ରଦଳଠାରେ ଅନା, ବିଜେ ନନ୍ଦସୁତ କହ୍ନା
ବାମେ ଭାନୁରାଜଜେମା ଝଟଝଟ ବିଦ୍ୟୁଭାବ ।

ବାଜୁଛି ସପତ ସ୍ୱର, ଶୁଭଇ କେଡ଼େ ମଧୁର 
ସେ ସ୍ୱରେ ହୋଇ ବିଭୋର ଜୀବ କରୁଥାଇ ଧାପ ।

ନ ଯା ତୀର୍ଥବ୍ରତ କରି଼, ହୃଦେ ଜପ ରାମ ହରି
କହନ୍ତି ଅନନ୍ତ ଶିଶୁ ତରିବୁ ଏ ଭବକୂପ ।

No comments:

Post a Comment