Friday, December 23, 2016

ଓଡ଼ିଆ ସିନେମା ଗୀତ - 'ନା ମାରନା ମାରନା'


ନିର୍ମଳା ମିଶ୍ର

ଚଳଚିତ୍ର - ଅମର ପ୍ରେମ
ସଙ୍ଗୀତ - ରାଖାଲ ମହାନ୍ତି 
କଣ୍ଠ - ନିର୍ମଳା ମିଶ୍ର 
ଗୀତ - ଗୌର ପଟ୍ଟନାୟକ

 ନା ମାରନା ମାରନା,
ଏତିକି ମିନତି ସବୁ ଦୋଷ ମୋର,
ଦିଅନା ଏତେ ଯାତନା,
ସିଏ ମୋ ଦେବତା ପୂଜାଫୁଲ ମୋର,
ପାଦରେ ଦଳି ଦିଅନା ।

ସବୁ ମୁଁ ପାଇଛି ତୁମକୁ ପାଇ,
ନାଚିବି ଗାଇବି ତୁମରି ପାଇଁ,
ସଳିତା ହୋଇ ମୁଁ ଜଳି ଜଳି ଯିବି,
ଝରିଯିବି ପଛେ ଡରିବିନି,
ମୋ ଆଖି ଆଗରେ ତୁମ ଏ ଯାତନା,
ଆଉ ମୁଁ ସହିପାରେନା ।

ଜୀବନେ ମରଣେ ଶୟନେ ସପନେ,
ସିଏ ମୋ ନୟନ ପିତୁଳା ପରି,
ଯାଉ ଏ ପରାଣ ପ୍ରିୟତମ ଲାଗି,
ଆଜି ମୁଁ ପାରିବି ସବୁ ସହି,
ମୋ ମନ ଦେଇଛି ଭଲ ମୁଁ ପାଇଛି,
ଏଇ ପ୍ରେମ ମରିପାରେନା ।

No comments:

Post a Comment