Saturday, December 03, 2016

ଆମ୍ବୁଲ ରାଇ


(ଚାରି ଜଣଙ୍କ ପାଇଁ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - ସୁଭାଶିସ ପାଣିଗ୍ରାହୀ

ସାମଗ୍ରୀ - ଆମ୍ବୁଲ ୧୫ ଟି, ବୁଟ ୧୦ ଗ୍ରାମ, ସୋରିଷ ୧୦ ଗ୍ରାମ, ଜୀରା ଏକ ଚାହା ଚାମଚ, ଗୋଲ ମରିଚ ଏକ ଚାହା ଚାମଚ, ପାନ ମହୁରୀ ଏକ ଚାହା ଚାମଚ, ହଳଦୀ ଏକ ଚାହା ଚାମଚ, ଘିଅ ଦଶ ଗ୍ରାମ, ଫୁଟଣ ପାଞ୍ଚ ଗ୍ରାମ, ଗୁଡ଼ ୫୦ ଗ୍ରାମ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଆମ୍ବୁଲକୁ ବାଟି ରଖନ୍ତୁ । ସୋରିଷ, ପାନମହୁରୀ, ଜୀରା, ବିରି ଓ ବୁଟ କୁ ମିଶାଇ ବାଟନ୍ତୁ । କଡ଼େଇରେ ଦୁଇ କପ ପାଣି ଗରମ କରନ୍ତୁ । ପାଣି ଫୁଟି ଗଲେ ସେଥିରେ ଲୁଣ, ହଳଦୀ ଗୁଣ୍ଡ  ଓ ବଟା ମସଲା ପକାନ୍ତୁ । ଅଳପ ଆଞ୍ଚରେ ଦଶମିନିଟ ଫୁଟାନ୍ତୁ । ଭଲ କରି ଫୁଟିଗଲା ପରେ, ସେଥିରେ ଆମ୍ବୁଲ ଓ ଗୁଡ଼ ପକାଇ ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଆମ୍ବୁଲ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ଫୁଟଣ ଦେଇ ଛୁଙ୍କ ଦିଅନ୍ତୁ । ଏହି ଛୁଙ୍କକୁ ରାଇରେ ପକାଇ ଗୋଳାଇ ଦିଅନ୍ତୁ । ଆମ୍ବୁଲ ରାଇ ତିଆରି ହୋଇଗଲା ।

No comments:

Post a Comment