Thursday, December 15, 2016

ଶୂନ୍ୟରୁ ସଞ୍ଚରି ଯେଉଁ ଚରଣ ଅଇଲା 


କବି - ଶିଶୁ ଅନନ୍ତ 


'ବୈକୁଣ୍ଠ ଦର୍ଶନ' ଚିତ୍ର (୧୭୧୦-୧୭୧୫
କାଗଜ ଉପରେ ଜଳରଙ୍ଗ, ସୁନା ଓ ରୁପା
ବୃକଲିନର ସଙ୍ଗ୍ରହାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୂନ୍ୟରୁ ସଞ୍ଚରି ଯେଉଁ ଚରଣ ଅଇଲା 
ଶୂନ୍ୟପୀଠ ଭେଦି ସମଦରଶୀ ବହିଲା ।

ଦମ୍ଭେଣ ରହିଲା ସେ ଯେ ଅବନା ମନ୍ତର 
ଅଷ୍ଟାଙ୍ଗ ମିଶନ୍ତେ ହେଲା ଉଲଟ ଓଁକାର ।

ହରିମୟେ ଜଗତ ଜଗତମୟେ ହରି
'ହ' ଶବଦ ଅଶେଷ ବ୍ରହ୍ମାଣ୍ଡେ ଅଛି ପୂରି ।

'ହ' ଶବ୍ଦ ଭେଦ ଜାଣନ୍ତି ଗୋମତ ଗୋରେଖ 
ଚାରିବେଦ ବ୍ରହ୍ମା ଯେ ରଚିଲେ ଚାରିପାଖ ।

ମଉଳି ଶିଖରେ ଏ ତ ବିଜେ କଲେ ଯହୁଁ
ଚାରିବେଦ ମନ୍ଥନରୁ 'ରି' ଶବଦ ତହୁଁ ।

ଏ ବେନି ଅକ୍ଷର ଯେବେ ଏକତ୍ୱ ହୋଇବ
ହରି ବୋଲି କରି ନାମ ହୃଦରେ ଗୁଣିବ ।

ହରି ଉଦେ ହେଉଛନ୍ତି ନ ଜାଣନ୍ତି କେହି
କହନ୍ତି ଅନନ୍ତ ଶିଶୁ ହରୀନ୍ଦ୍ରକୁ ଧ୍ୟାୟି । 

No comments:

Post a Comment