Monday, December 12, 2016

ପଡ଼ିଛି ବନ୍ଧ ତ୍ରିବେଣୀ ଘାଟେ


କବି - ଯଶୋବନ୍ତ ଦାସ


ପୋଲାଣ୍ଡର ବନ୍ଧ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପଡ଼ିଛି ବନ୍ଧ ତ୍ରିବେଣୀ ଘାଟେ
ବଂଧ ଫୁଟି ପାଣି ବହୁଛି ଆଣ୍ଚେ ।

ବନ୍ଧ ଆୟତନ ବାର ଯୋଜନ
ଯେତେ ବଂଧାଇଲେ ନୋହିଲା ଟାଣ ।

ବନ୍ଧ ପଡ଼ିଅଛି ମେରୁକୁ ଲାଗି
ବନ୍ଧ ତଳେ ବକ ବସିଛି ଜଗି ।

ପାଞ୍ଚ  ପଧାନ ପଚିଶ ମୂଲିଆ 
ଯେତେ ବନ୍ଧାଇଲେ ପଡ଼େ ଗଳିଆ ।

କହେ ଯଶୋବନ୍ତ ବନ୍ଧ ଉଜାଣି 
ମନ ସିନା ବନ୍ଧ ପବନ ପାଣି । 

No comments:

Post a Comment